
ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ। ରାତିରେ ବାଇକ୍ ଚୋରି ବେଳେ ଦେଖିଦେଇ ଥିଲେ ଯୁବକ। ପ୍ରତିବାଦ କରିବାରୁ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ଏକ ବଡ଼ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ। ହତ୍ୟାକଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଭରତପୁର ଥାନା ଅନ୍ତର୍ତଗତ ମସ୍ଜିତ ବସ୍ତିରେ ଘଟଛି। ଯୁବକ ଜଣକ ଭଡ଼ା ଘରେ ରହୁଥିବା ଜଣାପଡ଼ି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଥାଉକି, ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଭରତପୁର ମସଜିତ୍ ବସ୍ତିରେ ବାଇକ୍ ଚୋରି କରୁଥିଲେ । ସେହି ସମୟରେ ଛାତ ଉପରୁ ଦେଖିଦେଇ ଥିଲେ ଯୁବକ। ଯୁବକ ଜଣ ତଳକୁ ଆସି ପ୍ରତିବାଦ ଦୁର୍ବୃତ୍ତଙ୍କୁ କରିଥିଲେ । ଦୁର୍ବୃତ୍ତମାନେ ରାଗିଯାଇ ପ୍ରଥମେ ଛୁରା ମାଡ଼ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ ଯୁବକ । ପରେ ଏକ ବଡ଼ ପଥରରେ ଛେଚିଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ସେଠାରେ ଭଡ଼ା ଘରେ ରହୁଥିବା ଜଣାପଡିଛି । ମର୍ଡର ପରେ ଭରତପୁର ପୁଲିସ ହତ୍ୟାକାରୀଙ୍କୁ ଧରିବାକୁ ଛାନ୍ଭିନ୍ ଚଳାଇଛି।