ରାଜଭବନରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ ଦେଢ଼ ଘଣ୍ଟାର ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟପାଳଙ୍କୁ ଭେଟିବା ଲାଗି ରାଜଭବନରେ ପହଞ୍ଚିଛନ୍ତି। ଏଣେ ବାଚସ୍ପତି ସୁରମା ପାଢ଼ୀ ଓ ଉପ ବାଚସ୍ପତି ଭବାନୀଶଙ୍କର ଭୋଇ ମଧ୍ୟ ରାଜଭବନରେ ପହଞ୍ଚିଛନ୍ତି। ଏଣେ ବାଚସ୍ପତି ସୁରମା ପାଢ଼ୀ ଓ ଉପ ବାଚସ୍ପତି ଭବାନୀଶଙ୍କର ଭୋଇ ମଧ୍ୟ ରାଜଭବନରେ ପହଞ୍ଚିଛନ୍ତି। ପ୍ରାୟ ଦେଢ଼ ଘଣ୍ଟାର ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ର୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ।
ସୂଚନା ଅନୁଯାୟୀ, ପ୍ରାୟ ଦେଢ଼ ଘଣ୍ଟାର ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ର୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସାମିଲ ଥିଲେ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କ’ଣ ଆଲୋଚନା ହୋଇଥିଲା, ସେନେଇ କୌଣସି ସୂଚନା ମିଳିନାହିଁ।

  • Related Posts

    ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ…

    Continue reading
    ବିଜେଡି ଛାଡ଼ିବା ନେଇ ଭୂପିନ୍ଦର ଦେଲେ ସଙ୍କେତ

    ଭୁବନେଶ୍ୱର: ବିଜେଡି ଛାଡ଼ିବା ନେଇ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ସଙ୍କେତ ଦେଇଛନ୍ତି । ଶ୍ରୀ ସିଂ କହିଛନ୍ତି ଯେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ, ଦଳ ନୁହେଁ । ମୋର ଭବିଷ୍ୟତ କ’ଣ ହେବ ତାହା ଲୋକେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ