
ଘୋଷଣା ହୋଇଛି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ବଲିଉଡ କିଙ୍ଗ ଶାହରୁଖ ଖାନ ଓ ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘ଯବାନ’ ପାଇଁ ଶାହରୁଖ ଓ ୧୨th ଫେଲ ପାଇଁ ବିକ୍ରାନ୍ତଙ୍କୁ ଏହି ସଫଳତା ମିଳିଛି। ଉଭୟ ପ୍ରଥମ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।
ବିଧୁ ବିନୋଦ ଚୋପ୍ରା ପ୍ରଯୋଜିତ ’12th ଫେଲ୍’ ଶ୍ରେଷ୍ଠ ଫିଚର ଫିଲ୍ମର ମାନ୍ୟତା ପାଇଛି। IPS ମନୋଜ ଶର୍ମାଙ୍କ ସଂଘର୍ଷମୟ ଯାତ୍ରାକୁ ନେଇ ’12th ଫେଲ୍’ ଫିଲ୍ମ ତିଆରି ହୋଇଥିଲା। ‘ରକି ଔର ରାନୀ କି ପ୍ରେମ୍ କାହାନୀ’ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛି।
ରାଣୀ ମୁଖାର୍ଜୀ ହେଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ। ‘ମିସେସ୍ ଚାଟାର୍ଜୀ VS ନରୱେ’ ଫିଲ୍ମ ପାଇଁ ରାଣୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି।