ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

ଉଦଳା: ସାଙ୍ଗ ସାଜିଲା ସୈତାନ୍‌ । ଘରକୁ ଡ଼ାକିନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଦଳା ରାଢ଼ୋ ଗାଁରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର । ଵିଲ ହିଡ଼ରେ ବେକକୁ ହାଣି ଲହୁଲୁହାଣ କରିଛି ସାଙ୍ଗ । ଗାଁର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟାରେ ଘର ପାଖରେ ବସିଥିଲେ, ଏହି ସମୟରେ ସେହି ଗାଁର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ ।ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ଵିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ଧାରୁଆ ଅସ୍ତ୍ରରେ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବେକକୁ ଅହାଣି ବିଲରେ ଫୋପାଡ଼ି ଦେଇଥିଲା ସାଙ୍ଗ । ଗୁରୁତର ଅବସ୍ଥାରେ ଯତୀନ୍ଦ୍ର ଵିଲ ଭିତରେ ପଡ଼ି ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଲୋକମାନେ ଘଟଣାସ୍ଥଳରେ ପହଂଚିବା କାରଣରୁ ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ଗାଁର କିଛି ଯୁବକ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।

  • Garvita Odia

    Related Posts

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ବାଲେଶ୍ୱର: ପୁଣି ଚର୍ଚ୍ଚାର ପରିସରକୁ ଆସିଛି ବାଲେଶ୍ୱର ଜିଲ୍ଲାର ଏଫ୍‌ ଏମ୍‌ କଲେଜ । ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା ଶାନ୍ତ ନପଡ଼ୁଣୁ ଉକ୍ତ କଲେଜ କ୍ୟାମ୍ପସ ପରିସରରେ ରହୁଥିବା ଜଣେ ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି ।…

    ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

    କସିଆ: ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା । ଶନିବାର ମଧ୍ୟରାତ୍ରରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ (୪୦ ବର୍ଷ)ବୋଲି ଜଣାପଡିଛି। ସୂଚନା…

    Leave a Reply

    Your email address will not be published. Required fields are marked *

    You Missed

    ଗାଡ଼ି ବ୍ୟାନ୍ ଉପରେ ନୂଆ ଫର୍ମୂଲା ଆଣିଲେ ମୁଖ୍ୟମନ୍ତ୍ରୀ

    ଗାଡ଼ି ବ୍ୟାନ୍ ଉପରେ ନୂଆ ଫର୍ମୂଲା ଆଣିଲେ ମୁଖ୍ୟମନ୍ତ୍ରୀ

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ବିଦ୍ୟୁତ୍ ଆଘାତରେ ବୃଦ୍ଧା ମୃତ

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ

    ମନ୍ କି ବାତ୍‌:ମୟୂରଭଞ୍ଜ ଓ କେନ୍ଦୁଝର କଥା କହିଲେ

    ମନ୍ କି ବାତ୍‌:ମୟୂରଭଞ୍ଜ  ଓ କେନ୍ଦୁଝର କଥା କହିଲେ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ

    ବିପଦ ସଙ୍କେତ ଉପରେ ବୋହୁଛି ଜଳକା, ବୈତରଣୀ