ସାରର କଳାବଜାରୀ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ: ଅରୁଣ ସାହୁ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ସାରର ନିଅଣ୍ଟିଆ ସ୍ଥିତି ଉପୁଜିଛି। କଳାବଜାରୀ ସ୍ଥିତି ଦେଖାଦେଇଛି। କଳାବଜାରୀ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ବିଜେଡି ବିଧାୟକ ଅରୁଣ କୁମାର ସାହୁ ଅଭିଯୋଗ ଆଣିଛନ୍ତି।

ସରକାର କହୁଛନ୍ତି ଲୋକଙ୍କ ସରକାର ବୋଲି। କୃଷକ କଣ ଲୋକଙ୍କ ଭିତରେ ଆସୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦିନେ ଯେଉଁ ରାଜ୍ୟ ନିଅଣ୍ଟିଆ ଥିଲା,ଏବେ ସରପ୍ଲସ ହୋଇଛି। ଏଭଳି ସମୟରେ ଚାଷୀଙ୍କୁ ସହାୟତା ନ ଦିଆଯାଇ ଚାଷୀଙ୍କ ପେଟକୁ ଲାତ ମରାଯାଉଛି।
ଏ ସରକାର ବେକାର ସରକାର। ବିଭାଗୀୟ ମନ୍ତ୍ରୀ କହୁଛନ୍ତି ଏହା ତାଙ୍କ ବିଭାଗ ଦାୟିତ୍ଵ ନୁହେଁ। ସରକାର ଏକ ମିଳିତ ଦାୟିତ୍ଵ। ମନ୍ତ୍ରୀ ନିଜ ଦାୟିତ୍ୱରୁ ନ ଓହରି ଚାଷୀଙ୍କ କଥା ଚିନ୍ତା କରନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି।

  • Related Posts

    ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ…

    Continue reading
    ବିଜେଡି ଛାଡ଼ିବା ନେଇ ଭୂପିନ୍ଦର ଦେଲେ ସଙ୍କେତ

    ଭୁବନେଶ୍ୱର: ବିଜେଡି ଛାଡ଼ିବା ନେଇ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ସଙ୍କେତ ଦେଇଛନ୍ତି । ଶ୍ରୀ ସିଂ କହିଛନ୍ତି ଯେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ, ଦଳ ନୁହେଁ । ମୋର ଭବିଷ୍ୟତ କ’ଣ ହେବ ତାହା ଲୋକେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ