ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ଵର: ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ପାଳନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ସଭାକୁ ସମ୍ବର୍ଦ୍ଧିତ କରି ରାଜ୍ୟରେ ସ୍ତନ୍ୟପାନ ପ୍ରଚାର, ସୁରକ୍ଷା ଓ ସମର୍ଥନ ପାଇଁ ଏକ ଦୃଢ, ସମଗ୍ର ଏବଂ ସମୁଦାୟ ଭାଗୀଦାରି ମାଧ୍ୟମରେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
ମା କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଉଛି । ସତପ୍ରତିଶତ ସ୍ତନ୍ୟପାନ ପାଇଁ ମା ମାନେ ସଂକଳ୍ପ ନେବା ପାଇଁ ମନ୍ତ୍ରୀ ଡ଼ ମହାଲିଙ୍ଗ ଅନୁରୋଧ କରିଥିଲେ । ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ, ଯାହା ଦ୍ୱାରା ସ୍ତନ୍ୟପାନ ଅଭିଯାନରେ ନୂତନ ଉତ୍ସାହ ଅଣାଯାଇହେବ ସେ କହିଛନ୍ତି । ସ୍ୱାସ୍ଥ୍ୟ, ସଂସ୍ଥାନ ଉଭୟ ସ୍ତରରେ ମା ମାନଙ୍କୁ ସମର୍ଥନ ଦେବା ଦ୍ୱାରା ଏହି ଲକ୍ଷ୍ୟକୁ ପୂରଣ କରିପାରିବା ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ, ଶତକଡା ୬୮.୫୬ ପ୍ରତିଶତ ମାଆ ଜନ୍ମ ପରେ ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରନ୍ତି । ଶତକଡା ୭୨.୯ ପ୍ରତିଶତ ଶିଶୁ ଜନ୍ମ ପରେ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରନ୍ତି । ଶତକଡା ୬୭.୫ ପ୍ରତିଶତ ଶିଶୁ ଛଅ ମାସ ପରେ ସ୍ତନ୍ୟପାନ ସହିତ ପୂରକ ଖାଦ୍ୟ ଆରମ୍ଭ କରନ୍ତି ।
ଏହି ଅବସରରେ ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର , ସ୍ତନ୍ୟପାନ ପରିଚାଳନା କେନ୍ଦ୍ର, ଶିଶୁଙ୍କ ପାଇଁ ଉପଲବ୍ଧ ଶ୍ରେଷ୍ଠ ପ୍ରୟାସିତ ହସ୍ପିଟାଲ , ପୃଷ୍ଟି ପୁନର୍ବାସ କେନ୍ଦ୍ର ରେ ଶ୍ରେଷ୍ଠ ପୁରସ୍କୃତ ମେଡିକାଲ କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଉତ୍ସବ ରେ ସ୍ଵତନ୍ତ୍ର ସଚିବ ଡା. ବିଜୟ କୁମାର ମହାପାତ୍ର , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ରାଜ୍ୟଶ୍ରୀ ପଟ୍ଟନାୟକ, ରାଜ୍ୟ ସ୍ୱାସ୍ଥ୍ୟ ସମ୍ବଳ କେନ୍ଦ୍ର ଟିମ ମୁଖ୍ୟ ଡା. ଦୀନବନ୍ଧୁ ସାହୁ , ଅତିରିକ୍ତ ନିର୍ଦ୍ଦେଶକ ଡା. ଆଦିତ୍ୟ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ଡା. ସ୍ମୃତିଜିତ ପଟ୍ଟନାୟକ ଏବଂ ୟୁନିସେଫର ସୌରଭ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଜୟପୁର: ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହର ଉପକଣ୍ଠ ବାଙ୍କବିଜାରେ ଆୟୋଜିତ ସମାବେଶରେ ଯୋଗଦେବେ । ୯ ତାରିଖ ପୂର୍ବାହ୍ଣରେ ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । ଏହାକୁ…

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର: ନିଯୁକ୍ତିରେ ଜାଲିଆତି ଅଭିଯୋଗରେ ଭୁବନେଶ୍ଵର ଏମ୍‌ସରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ଶୁକ୍ରବାର ସିବିଆଇ ଟିମ ଏମ୍‌ସରେ ପହଞ୍ଚି ନିଯୁକ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବା ସହିତ ଭୁବନେଶ୍ଵରର ଅନ୍ୟ ୨ଟି ସ୍ଥାନରେ ଚଢ଼ାଉ କରିଛି। ଏହାବ୍ୟତୀତ ଜଗତସିଂହପୁରର…

    Leave a Reply

    Your email address will not be published. Required fields are marked *

    You Missed

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    କେନ୍ଦ୍ର କ୍ୟାବିନେଟ: ଉଜ୍ଜ୍ୱଳା ଯୋଜନା ପାଇଁ ୧୨୦୬୦ କୋଟି

    ଶନିବାର କୋରାପୁଟ ଯିବେ ମୁଖ୍ୟମନ୍ତ୍ରୀ

    ଶନିବାର କୋରାପୁଟ  ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଭୁବନେଶ୍ଵର ଏମ୍‌ସରେ ସିବିଆଇ ଚଢ଼ାଉ

    ଝିଆରୀକୁ ଗର୍ଭବତୀ କଲା ପିଉସା

    ଝିଆରୀକୁ ଗର୍ଭବତୀ କଲା ପିଉସା

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ପୀଡ଼ିତାଙ୍କ ଘରେ ଫୋରେନସିକ ଟିମ୍‌ର ତଦନ୍ତ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

    ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ