ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ

କସିଆ: ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗାଁରେ ଅଭାବନୀୟ ଘଟଣା । ଶନିବାର ମଧ୍ୟରାତ୍ରରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ (୪୦ ବର୍ଷ)ବୋଲି ଜଣାପଡିଛି।

ସୂଚନା ମୁତାବକ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ହେଲେ ଶନିବାର ରାତିରେ କୌଣସି କାରଣରୁ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ମୁଣ୍ଡ ଓ ମୁହଁରେ ଆଘାତ କରି ଫେରାର ହୋଇଯାଇଥିଲା ସ୍ୱାମୀ । ପୁଅ ବଳରାମ ସକାଳେ ମାଆ ମରିଯାଇଥିବା ଦେଖି ପରିବାରର ଅନ୍ୟ ସଦସ୍ୟଙ୍କୁ ଖବର କରିଥିଲେ। ସୂଚନା ପାଇଁ ପାଇ ଥାନାଧିକାରୀ ସାବିତ୍ରୀ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛନ୍ତି ।

  • Garvita Odia

    Related Posts

    ବଳଙ୍ଗା ଘଟଣା, ଆଜି ଦିଲ୍ଲୀରୁ ଫେରିବ ତଦନ୍ତକାରୀ ଟିମ୍

    ଭୁବନେଶ୍ୱର: ବଳଙ୍ଗା ନାବାଳିକା ପୋଡ଼ି ଘଟଣା । ମଙ୍ଗଳବାର ଓଡ଼ିଶା ଫେରିବ ତଦନ୍ତକାରୀ ଟିମ୍‌ । ସୋମବାର ଦିନ ଏମ୍‌ସ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍‌ । ୩୦ ମିନିଟ୍‌ ଧରି ପୀଡିତାଙ୍କୁ ପଚରାଉଚରା କରିଛି ତଦନ୍ତକାରୀ…

    ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

    ଭୁବନେଶ୍ୱର : ସଡକ ଓ ଗୃହ ନିର୍ମାଣ ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି। ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍‌…

    Leave a Reply

    Your email address will not be published. Required fields are marked *

    You Missed

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ ମାନସ ମଙ୍ଗରାଜ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ  ମାନସ ମଙ୍ଗରାଜ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି