୧୩ରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର : ରାଜଭବନ ଉଦ୍ୟାନ ଆସନ୍ତା ୧୩ ତାରିଖରୁ ଖୋଲା ରହିବ । ସର୍ବସାଧାରଣ ଜାନୁଆରୀ ୨୨ ତାରିଖ ପର୍ୟ୍ୟନ୍ତ ରାଜଭବନ ଉଦ୍ୟାନ ବୁଲି ଦେଖିପାରିବେ । କିନ୍ତୁ ଏଥର ନିୟମ ଟିକେ ଅଲଗା ହୋଇଛି । କାରଣ କେବଳ ମୋବାଇଲ୍‌ ଆପ୍‌ ପଞ୍ଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ । ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ଼ କରିବାକୁ ପଡ଼ିବ । ଓଡ଼ିଶାର ରାଜଭବନ ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍‌ କୋଡ଼ ମାଧ୍ୟମରେ ମୋବାଇଲ୍‌ ଆପ୍‌ ମଧ୍ୟ ଡାଉନ୍‌ଲୋଡ କରାଯାଇପାରିବ ।

ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ବୁଲିବାର ସମୟ ଅପରାହ୍ନ ୨ଟା ୩୦ମି ରୁ ୫ଟା ପର୍ୟ୍ୟନ୍ତ ରହିଛି । ସେହିପରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଏ.ଡ଼ି.ସିଚିଫ୍‌ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କତ୍ତୃର୍ପକ୍ଷ ‘ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ ଅନୁରୋଧ ପତ୍ର’ ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ଘ ୮.୩୦ମି. ରୁ ୧୦ ଘଟିକା ପର୍ୟ୍ୟନ୍ତ ଧାର୍ୟ୍ୟ କରାଯାଇଛି । ଏ ସଂପର୍କରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କତ୍ତୃର୍ପକ୍ଷ ରାଜଭବନ ୱେବ୍‌ସାଇଟ୍‌ ପରିଦର୍ଶନ କରିପାରିବେ । ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବେ । ଉଦ୍ୟାନ ପରିଦର୍ଶନରେ ଆସିବାକୁ ଥିବା ପର୍ୟ୍ୟଟକ ପାଇଁ ନ୍ୟୁ ଅଭିଷେକ ହଲ୍‌ ନିକଟସ୍ଥ ୩ ନମ୍ବର ଗେଟ୍‌ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ ଗେଟ୍‌ରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

  • Garvita Odia

    Related Posts

    ଓଡ଼ିଶାରେ ୧୨ ପାକିସ୍ତାନୀ

    ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଷ୍ଟ୍ରାଇକ ଚାଲିଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏହାରି ଭିତରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ…

    ଶିମିଳିପାଳରେ ଅଛନ୍ତି ୪୦ ମହାବଳ

    ଭୁବନେଶ୍ୱର: ଶିମିଳିପାଳ ଜାତୀୟ ଉଦ୍ୟାନରେ ୪୦ ମହାବଳ ଅଛନ୍ତି।ଶୁକ୍ରବାର ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଦେଇଥିବା ସୂଚନା ଅନୁଯାୟୀ ଜିନତ ଓ ଯମୁନାକୁ ମିଶାଇ ଅଛନ୍ତି ୪୦ ମହାବଳ ବାଘ। ତେବେ ଏହି ୪୦ରୁ ୬ ଶାବକ, ୧୭ଟି ବାଘୁଣୀ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୧୨ ପାକିସ୍ତାନୀ

    ଓଡ଼ିଶାରେ ୧୨ ପାକିସ୍ତାନୀ

    ଶିମିଳିପାଳରେ ଅଛନ୍ତି ୪୦ ମହାବଳ

    ଶିମିଳିପାଳରେ ଅଛନ୍ତି ୪୦ ମହାବଳ

    ୨୦୦ କୋଟି ବ୍ୟୟରେ ବିଏମସି ଅଂଚଳରେ ହେବ ସାମୟିକ ସହରୀ ବନ୍ୟା ନିୟନ୍ତ୍ରଣ କାର୍ୟ୍ୟକ୍ରମ

    ୨୦୦ କୋଟି ବ୍ୟୟରେ ବିଏମସି ଅଂଚଳରେ ହେବ ସାମୟିକ ସହରୀ ବନ୍ୟା ନିୟନ୍ତ୍ରଣ କାର୍ୟ୍ୟକ୍ରମ

    ଆସନ୍ତା ମାସରେ ୧ ଲକ୍ଷ ଘର ବଣ୍ଟନ ହେବ

    ଆସନ୍ତା ମାସରେ ୧ ଲକ୍ଷ ଘର ବଣ୍ଟନ ହେବ

    ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର

    ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର

    ଆମେ ଭାରତ ସହ ଅଛୁ: ଆମେରିକା

    ଆମେ ଭାରତ ସହ ଅଛୁ: ଆମେରିକା