ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

ପୁରୀ: ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତେ । ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରାର ପ୍ରାରମ୍ଭିକ ପର୍ବ ଭାବେ ଆଜି ଅକ୍ଷୟ ତୃତୀୟାରୁ ରଥକାଠ ଅନୂକୁଳ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ମୁଖ୍ୟ ମହାରଣା ପାରମ୍ପରିକ ପୂଜାର୍ଚ୍ଚନା କରିବା ପରେ ତିନିଟି ଧଉରା କାଠକୁ ପାରମ୍ପରିକ ହତିଆର ବାରିଶି, କୁରାଢି ସେ ସ୍ପର୍ଶ କରିବା ପରେ ରଥ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥାଏ ।
ମହାପ୍ରଭୁ ରଥ ନିର୍ମାଣକୁ ନେଇ ସବୁ ଭକ୍ତ ଓ ସେବାୟତ ମାନେ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ନେତ୍ରୋତ୍ସବରେ ଶେଷ ହୋଇଥାଏ । ମୋଟ ୫୮ ଦିନ ଲାଗେ ତିନି ରଥ ନିର୍ମାଣ ପାଇଁ । ପ୍ରାୟ ଦୁଇ ମାସ ଲାଗେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ । ରଥ ନିର୍ମାଣରେ ୭ ପ୍ରକାର ସେବକ କାର୍ୟ୍ୟ କରିଥାନ୍ତି । ମହାରଣା, ଭୋଇ, ରୂପକାର, ଚିତ୍ରକର, କମାର, କରତି, ଦରଜି । ରଥ ଅମିନ ଉପସ୍ଥିତ ରହି ରଥ ନିର୍ମାଣରେ ସହଯୋଗ କରିଥାନ୍ତି । ତିନି ରଥ ନିର୍ମାଣରେ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ ।ଅକ୍ଷୟ ତୃତୀୟାରେ ତିନି ରଥର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥାଏ । ରଥଖଳାରେ ପ୍ରଥମ ପର୍ୟ୍ୟାୟରେ ରଥର ଚକ ପାଇଁ ତୁମ୍ବ ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥାନ୍ତି ବିଶ୍ଵକର୍ମା ମହାରଣା ସେବକ । କରତି ସେବକ ମାନେ କାଠକୁ କରତରେ କାଟି ବିଶ୍ଵକର୍ମା ମହାରଣାଙ୍କୁ ଯୋଗାଇ ଥାଆନ୍ତି । ପରେ ନୃସିଂହ ଚତୁର୍ଦ୍ଦଶୀରୁ ଗୁଜ ଅନୁକୂଳ ହୋଇଥାଏ । ଭଉଁରୀ ତିଥିରେ ତିନୋଟି ଅଖରରେ ୬ଟି ଚକଡେରା ନୀତି ହୋଇଥାଏ । ଏହିଭଳି ଭାବରେ ପର୍ୟ୍ୟାୟ କ୍ରମେ ରଥ ବିଭିନ୍ନ କାର୍ୟ୍ୟ କରାଯାଇ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବରୁ ପଡ଼ୁଥିବା ନେତ୍ରୋତ୍ସବ ତିଥିରେ ତିନି ରଥର ନିର୍ମାଣ କାର୍ୟ୍ୟ ଶେଷ କରାଯାଇ ରଥ ଖଳାରୁ ତିନି ରଥକୁ ନିଆଯାଇ ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ଲଗାଯାଇଥାଏ ।

  • Garvita Odia

    Related Posts

    ଅକ୍ଷୟ ତୃତୀୟାରେ କମିଲା ସୁନା ଦାମ୍‌

    ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଏହି ଦିନ ଅଧିକାଂଶ ଲୋକେ ସୁନା ଓ ରୁପା ଅଳଙ୍କାର କିଣିବାକୁ ଇଚ୍ଛା କରନ୍ତି । ତେବେ ଗତ କିଛି ଦିନ ଧରି ସୁନା ଦାମ୍‌ ହୁ ହୁ ହୋଇ ବୃଦ୍ଧି…

    କାଳବୈଶାଖୀ : ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

    ଭୁବନେଶ୍ୱର: ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରିକରଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ…

    Leave a Reply

    Your email address will not be published. Required fields are marked *

    You Missed

    ସୁପର କ୍ୟାବିନେଟ୍ ବୈଠକ: ୩ଟାରେ ହୋଇପାରେ ବଡ ଘୋଷଣା

    ସୁପର କ୍ୟାବିନେଟ୍ ବୈଠକ: ୩ଟାରେ ହୋଇପାରେ ବଡ ଘୋଷଣା

    ଅକ୍ଷୟ ତୃତୀୟାରେ କମିଲା ସୁନା ଦାମ୍‌

    ଅକ୍ଷୟ ତୃତୀୟାରେ କମିଲା ସୁନା ଦାମ୍‌

    କାଳବୈଶାଖୀ : ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

    କାଳବୈଶାଖୀ : ୨୪ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

    ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

    ଅକ୍ଷୟ ତୃତୀୟା: ଆଜିଠୁ ମହାପ୍ରଭ୍ରୁଙ୍କ ରଥ ନିର୍ମାଣ ଅନୁକୂଳ

    ସବୁ ସୁବିଧା ଅସୁବିଧା ସମୟରେ ଆମେ ଚାଷୀଙ୍କ ପାଖରେ ପହଞ୍ଚିବୁ – ମୁଖ୍ୟମନ୍ତ୍ରୀ

    ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି

    ପିସିସି ସଭାପତି ଦେଶବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି