ଅନଲାଇନ ଗେମ ଖେଳି ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ

ରାୟଗଡ଼ା: ଅନଲାଇନ ଗେମ ଖେଳି ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ମୃତ ଛାତ୍ରୀ ଜଣକ ହେଲେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଗଣପତୀଗୁଡାର ସାଇନା ସାହୁ । ଛାତ୍ରୀ ଜଣକ ବାଥରୁମରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଶବକୁ ପୋଲିସ ଜବତ କରିବା ସହ ପୋଷ୍ଟମଟମ ପାଇଁ ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ମୃତ ଛାତ୍ରୀ ଜଣକ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲେ । କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ । ପରିବାର ଲୋଙ୍କ ତାଗିତ ପରେ ବି ଛାତ୍ରୀ ନମାନି ଗେମ ଖେଳୁଥିଲେ । ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା । ଛାତ୍ରୀ ଜଣକ ଅନଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ । ଏହି ବିଷୟ ଛାତ୍ରୀଙ୍କ ଜେଜେମା ଓ ସମ୍ପର୍କୀୟ ତାଙ୍କୁ ବାରମ୍ବାର ତାଗିତ କରିଥିଲେ । ଶେଷରେ ବାଥରୁମରେ ମୋବାଇଲ ଦ୍ବାରା ଗୀତ ଲଗାଇ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜାଣି ତାଙ୍କ ସମ୍ପର୍କୀୟ ରାମନାଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ