ଅନେକ ରୋଗରୁ ମୁକ୍ତି ଦିଏ ମେହେନ୍ଦି

ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ପସନ୍ଦ କରନ୍ତି। ମେହେନ୍ଦି ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ଏହା ସହିତ ମେହେନ୍ଦି କଣ୍ଡିସନରର ବି କାମ କରେ। ତେବେ ଆପଣମାନେ ଜାଣିଛନ୍ତି କି ମେହେନ୍ଦି ସ୍ୱାସ୍ଥ୍ୟ ପାଇଁ ବି ଲାଭକାରୀ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ମେହେନ୍ଦି କେମିତି ଉପକାରୀ ?

ଯଦି ଆପଣ ତ୍ୱଚା ସମ୍ୱନ୍ଧୀୟ କୌଣସି ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ମେହେନ୍ଦି ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ମେହେନ୍ଦି ଗଛର ଛାଲିକୁ ବାଟି କାଢ଼ା ପ୍ରସ୍ତୁତ କରନ୍ତୁ। ଏହି କାଢ଼ାକୁ ମାସେ ପର୍ଯ୍ୟନ୍ତ ପ୍ରତିଦିନ ପିଅନ୍ତୁ। ତେବେ ଧ୍ୟାନ ରଖନ୍ତୁ ଯେ ଏହି କାଢ଼ାକୁ ଯେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରୁଥିବେ ସେତେ ଦିନ ପର୍ଯ୍ୟନ୍ତ ସାବୁନ ବ୍ୟବହାର କରନ୍ତୁ ନାହିଁ।

ମାଇଗ୍ରେନ୍ ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ମେହେନ୍ଦି ଆରାମ ଦିଏ। ଯଦି ଆପଣ ବି ଏହି ଯନ୍ତ୍ରଣା ଭୋଗୁଛନ୍ତି,ପାଣିରେ ମେହେନ୍ଦି ପତ୍ରକୁ ଗୁଣ୍ଡ କରି ଭିଜାଇ ଦିଅନ୍ତୁ। ସକାଳେ ସେହି ପାଣିକୁ ଛାଣି ପିଅନ୍ତୁ। ଏଭଳି କଲେ ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

ମେହେନ୍ଦି ଓ ଜଡ଼ାଗଛର ପତ୍ରକୁ ସମାନ ପରିମାଣରେ ବାଟି ଦିଅନ୍ତୁ। ଏହି ମିଶ୍ରଣକୁ ଆଣ୍ଠୁଗଣ୍ଠିରେ ଲଗାନ୍ତୁ। ଆରାମ ଅନୁଭବ କରିବେ।

ମେହେନ୍ଦି ପତ୍ର ଉଚ୍ଚ ରକ୍ତଚାପ କମ୍ କରିବାରେ ସାହାଯ୍ୟ କରେ। ମେହେନ୍ଦି ପତ୍ରକୁ ବାଟି ହାତ ଓ ତଳିପାଦରେ ଲଗାନ୍ତୁ। ଏପରି କଲେ ଉଚ୍ଚ ରକ୍ତଚାପରୁ ଆରାମ ମିଳେ।

  • Related Posts

    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”

    ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଭୁବନେଶ୍ଵର /ବ୍ରହ୍ମପୁର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଆୟୋଜିତ…

    Continue reading
    ଆହ୍ୱାନକୁ ସାମ୍ନା କରିବା ଓ ଆତ୍ମହତ୍ୟା ରୋକିବା ଅନ୍ୟଙ୍କୁ ସଚେତନ କରିବା:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କମିସନରେଟ୍‌ ପୁଲିସ ଓ ନମନ ‘ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରର ସ୍ଥିତ ରେଳ ଅଡିଟୋରିୟମ୍‌ରେ ଆୟୋଜିତ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଦିନକୁ ଦିନ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରୁ ବୃଦ୍ଧି ପାଉଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ