ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

ନୂଆଦିଲ୍ଲୀ: ଭେଟରାନ ସିପିଏମ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ ଆଉ ନାହାନ୍ତି। ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଅଚ୍ୟୁତାନନ୍ଦଙ୍କୁ ୧୦୧ ବର୍ଷ ହୋଇଥିଲା।

ଜୁନ ୨୩ରେ ଅଚ୍ୟୁତାନନ୍ଦ ହୃଦଘାତର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କୁ ଥିରୁଅନନ୍ତପୁରମ ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଉକ୍ତ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟର ମଧ୍ୟରେ ରହିଥିଲେ। ହେଲେ ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ଅଚ୍ୟୁତାନନ୍ଦ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।ଅଚ୍ୟୁତାନନ୍ଦଙ୍କ ଦେହାନ୍ତ ଖବରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ସିପିଏମ ରାଜ୍ୟ ସମ୍ପାଦକ ଏମଭି ଗୋବିନ୍ଦନ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ସେମାନେ ସେଠାରେ ପରିବାର ଲୋକଙ୍କୁ ଦେଖା କରିବା ସହ ଅଚ୍ୟୁତାନନ୍ଦଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲେ।

୨୦୧୯ରେ ଛୋଟ ଧରଣର ଷ୍ଟ୍ରୋକ ଯୋଗୁ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ୨୦୨୧ରେ ଅଚ୍ୟୁତାନନ୍ଦ ପ୍ରଶାସନିକ ସଂସ୍କାର କମିଟିର ଅଧ୍ୟକ୍ଷ ପଦ ଛାଡ଼ି ଥିଲେ। ସେବେଠାରୁ ସେ ଥିରୁଅନନ୍ତପୁରମରେ ରହୁଥିବା ନିଜ ପୁଅ କିମ୍ବା ଝିଅଙ୍କ ପାଖରେ ସମୟ କାଟୁଥିଲେ।

  • Garvita Odia

    Related Posts

    ବିମାନ ଆଜି ଦୁର୍ଘଟଣା: ୧୬ ପିଲା, ୨ ଶିକ୍ଷକ ଓ ପାଇଲଟ ମୃତ

    ବାଂଲାଦେଶ ବାୟୁ ସେନାର ଗୋଟିଏ ଟ୍ରେନିଂ ବିମାନ ଆଜି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉଡ଼ାଣର କିଛି ସମୟ ପରେ ଏହା ରାଜଧାନୀ ଢାକାରେ ଥିବା ଗୋଟିଏ ସ୍କୁଲ ବିଲଡିଂରେ ପିଟି ହୋଇ ଜଳି ଯାଇଛି। ଢାକାର ଉତ୍ତରା ଅଞ୍ଚଳରେ ଥିବା ମାଇଲଷ୍ଟୋନ…

    ଆଜିଠୁ ସଂସଦର ମୌସୁମୀ ଅଧିବେଶନ

    ନୂଆଦିଲ୍ଲୀ: ଆଜିଠୁ ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ତାରିଖ ପର୍ୟ୍ୟନ୍ତ ଏହା ଚାଲିବ।ଅଗଷ୍ଟ ୨୧ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ୧୫ଟି ନୂଆ ଓ ପୁରୁଣା ବିଧେୟକକୁ ଗୃହୀତ କରିବାକୁ ଯୋଜନା…

    Leave a Reply

    Your email address will not be published. Required fields are marked *

    You Missed

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

    ଦାଦା, ଖୁଡି, ଭଉଣୀକୁ  ହାଣିଲା ପୁତୁରା, ୨ ମୃତ

    ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

    ଆଉ ନାହାନ୍ତି  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ