
ଭୁବନେଶ୍ୱର:ଆଉ ନିର୍ବାଚନ ଲଢିବିନି । ଶନିବାର ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ସୁନ୍ଦରଗଡ଼ରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏମପି ଓ ଏମଏଲଏ ପାଇଁ ଲଢିବିନି ବୋଲି ଗତ ନିର୍ବାଚନ ବେଳେ ଘୋଷଣା କରିଛି । ୮ ଥର ଜିତିଲିଣି । ଆଉ କେତେ ଥର ନିର୍ବାଚନ ଲଢିବି । ଆଉ ନିର୍ବାଚନ ନଲଢି ଯୁବ ପିଢି ପାଇଁ ଛାଡ଼ିଦେବି । ମୋ ଜୀବନରେ ପଶ୍ଚାତାବ ବୋଲି କିଛି ଆସିବ ନାହିଁ ବୋଲି ଜୁଏଲ ଓରାମ ହକିଛନ୍ତି ।