ଆଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର : ଆସନ୍ତା ତିନିଦିନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ୯ ତାରିଖରେ ତାତି ୪୪ ଡିଗ୍ରୀ ଛୁଇଁପାରେ । ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହ ସହିତ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୯ ତାରିଖ ବା ସୋମବାର ସୁନ୍ଦରଗଡ଼ ଓ ସୋନପୁର ଓ ଦେବଗଡ଼ରେ ୪୪ ଡିଗ୍ରୀ, ବରଗଡ଼, ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି ଓ ନୟାଗଡ଼ରେ ୪୨ଡିଗ୍ରୀ ଛୁଇଁପାରେ । ୧୦ ତାରିଖରେ ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୪୪ ଡିଗ୍ରୀ ଛୁଇଁପାରେ । ସମ୍ବଲପୁର ଓ ବଲାଙ୍ଗିରରେ ୪୩, ଭବାନୀପାଟଣା, ଫୁଲବାଣୀ, ଦେବଗଡ଼, ନୂଆପଡ଼ା ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ । ତେବେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ ।

ସୋମବାର (୯ ତାରିଖ) ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ । କିନ୍ତୁ ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଘଡ଼ଘଡ଼ି ଓ ବର୍ଷା ସହିତ ପବନ ବହିବ ବୋଲି ପୂର୍ବାନୁମାନ ରହିଛି । ୧୦ ଓ ୧୧ ତାରିଖରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଶନିବାର ଟିଟିଲାଗଡ଼ରେ ୧୩ମିମି, ସୁନ୍ଦରଗଡ଼ରେ ୧୧.୬ ଓ ନବରଙ୍ଗପୁରରେ ୫ମିମି ବର୍ଷା ହୋଇଛି ।

  • Garvita Odia

    Related Posts

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୭ ନୂଆ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି। ଏଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ୩୩…

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    କଟକ: କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଅଘଟଣ । ମହିଳା ମହାବିଦ୍ୟାଳୟର ନୂଆ କୋଠା କାମ ଚାଲିଥିବାବେଳେ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟ ହୋଇଛି। ନିର୍ମାଣାଧୀନ କୋଠାର ଛଅ ମହଲାର ଛାତ କାମ ଚାଲୁଥିବା ବେଳେ ତଳକୁ ପଡ଼ି ଠିକା…

    Leave a Reply

    Your email address will not be published. Required fields are marked *

    You Missed

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ମୁଖ୍ୟମନ୍ତ୍ରୀଙ୍କଘୋଷଣା: ସୁବର୍ଣ୍ଣପୁରରେ ହେବ ୪ ନଦୀଗର୍ଭ ଜଳାଶୟ

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ରାଜ୍ୟରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ୪୫

    ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

    ଯୁବକଙ୍କ ଝୁଲନ୍ତା  ମୃତଦେହ ଠାବ

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୭୬ ସହରାଞ୍ଚଳ ଗରିବଙ୍କୁ ମିଳିବ ୫୩୨୮ ଘର

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ

    ୬ ମହଲା କୋଠାରୁ ପଡ଼ି ଶ୍ରମିକ ମୃତ