ଆଗାମୀ ୭ ଦିନ କାଳବୈଶାଖୀର ସମ୍ଭାବନା

ଭୁବନେଶ୍ବର: ବିଗତ କିଛି ଧରି ରାଜ୍ୟବ୍ୟାପି ବର୍ଷା ଜାରି ରହିଲା ପରେ ଏବେ ପୁଣି ଖରା ଆରମ୍ଭ ହୋଇଯାଇଛି। ଗ୍ରୀଷ୍ମଋତୁ ଜାରି ଥିବାରୁ ଆହୁରି କିଛି ଖରା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କୁହାଯାଇଛି ଯେ, ଆଗାମୀ ୭ ଦିନ ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ରହିଛି। ଭୁବନେଶ୍ବରସ୍ଥିତ ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜୁନ ୨ ତାରିଖ ପାଇଁ କିଛି ରାଜ୍ୟର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।ଜୁନ୍ ୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର ଓ ଭଦ୍ରକ ଭଳି ଜିଲ୍ଲା ଗୁଡ଼ିକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ (୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ର ଅନୁସାରେ ଜୁନ୍ ୪ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା-ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି। ଏହିସବୁ ଜିଲ୍ଲା ଗୁଡ଼ିକର ଗୋଟିଏରୁ ଦୁଇଟି ସ୍ଥାନରେ ଉଷ୍ମ ଏବଂ ଆର୍ଦ୍ର ଅବସ୍ଥା ସମ୍ଭାବନା ରହିଛି। ଜୁନ୍ ୫ ତାରିଖରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ଗୁଡ଼ିକର ଗୋଟିଏରୁ ଦୁଇଟି ସ୍ଥାନରେ ପାଗ ଉଷ୍ମ ଏବଂ ଆର୍ଦ୍ର ଅବସ୍ଥା ରହିବ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜୁନ୍ ୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, ଓ କଳାହାଣ୍ଡି ଜିଲ୍ଲା ଗୁଡ଼ିକର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ବଜ୍ରପାତର ସମ୍ଭାବନା ରହିଥିବାବେଳେ ଜୁନ୍ ୭ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ରହିଛି ବୋଲି ସତର୍କ କରାଇଛି। ଜୁନ୍ ୮ ତାରିଖରୁ ଜୁନ୍ ୧୧ ତାରିଖ ପର୍ୟ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ।

  • Garvita Odia

    Related Posts

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ଆଠଗଡ଼: ଭାରସାମ୍ୟ ହରାଇ ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା । ଦୁର୍ଘଟଣା ପରେ ଡ୍ରାଇଭର ଫେରାର । କଟକ-ନରସିଂହପୁର ମୁଖ୍ୟ ରାସ୍ତାର କରିଲୋ ବଡ଼ଶଙ୍ଖ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ବାଲି ବୋଝେଇ ହାଇୱାଟି କାନପୁର ପଟୁ…

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ଭୁବନେଶ୍ବର: ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ ପ୍ରକାଶ ପାଇଛି। ଆଇଆଇଟି କାନପୁର ଦ୍ଵାରା ପରିଚାଳିତ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ଆଇ ଆଇ ଟି ଦିଲ୍ଲୀ ଜୋନର ଛାତ୍ର ରଜିତ୍ ଗୁପ୍ତା ୩୬୦ ରୁ ୩୩୨ ମାର୍କ ରଖି ଅଲ୍ ଇଣ୍ଡିଆ…

    Leave a Reply

    Your email address will not be published. Required fields are marked *

    You Missed

    ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ

    ବିଭୁ ପ୍ରସାଦ ଦେହୁରୀ ବିଜେଡିରୁ ନିଲମ୍ବିତ

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ରାସ୍ତା କଡ଼ ନାଳକୁ ଖସିଲା ହାଇଓ୍ବା

    ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

    ସ୍ତ୍ରୀର ଛୁରାମାଡ଼ରେ ସ୍ୱାମୀ ମୃତ

    କରୋନା: ଦେଶରେ ଆକ୍ଟିଭ କେସ୍‌ ୪ ହଜାରର ନିକଟତର

    କରୋନା: ଦେଶରେ ଆକ୍ଟିଭ କେସ୍‌ ୪ ହଜାରର ନିକଟତର

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ, ହଂସ ଦାରୁକା ଓଡ଼ିଶା ଟପ୍ପର

    ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି