ଆଜିଠୁ ପୁରୁଣା ଗାଡିକୁ ପେଟ୍ରୋଲ ମନା

ନୂଆଦିଲ୍ଲୀ: ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡିକୁ ମିଳିବନି ତେଲ। ପୁରୁଣା ଗାଡି ଚଳାଚଳ ଉପରେ ଲଗାମ୍ ଲାଗିବ। ଏଥିପାଇଁ ସବୁ ପେଟ୍ରୋଲ ପମ୍ପ ଗୁଡିକରେ ଏଆଇ କ୍ୟାମେରା ଲାଗିବ। ଯଦି କେହି ବ୍ୟକ୍ତି ଏହି ନିୟମକୁ ଖିଲାଫ କରନ୍ତି , ତେବେ ଜରିମାନା ଦେବାକୁ ପଡିବ। ଏପରିକି ସରକାର ସମୟ ସରି ଯାଇଥିବା ଗାଡିକୁ ଚିହ୍ନଟ କରି ଜବତ କରିବେ। ଦିଲ୍ଲୀରେ ଆଜିଠୁ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡି ଏବଂ ୧୦ ବର୍ଷ ପୁରୁଣା ଡିଜେଲ୍ ଚାଳି ଗାଡିକୁ ଇନ୍ଧନ ମିଳିବ ନାହିଁ। ଟ୍ରାନ୍ସ ପୋର୍ଟ ବିଭାଗ, ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ୍ ଏବଂ ଦିଲ୍ଲୀ ପୁଲିସ୍ ପକ୍ଷରୁ ଦିଲ୍ଲୀରେ ଥିବା ସବୁ ପେଟ୍ରୋଲ ପମ୍ପ ଗୁଡିକରେ ଚେକିଂ କରାଯାଉଛି। ପୁରୁଣା ଗାଡି ଗୁଡିକୁ ଚିହ୍ନଟ କରିବା ଲାଗି ଅଟୋମେଟିକ୍ ନମ୍ବର ପ୍ଲୋଟ୍ ରିକଗ୍ନାଇଜେସନ୍ ସିଷ୍ଟମ୍ ଲଗାଯାଇଛି। ଏହି ମେସିନ୍ ପେଟ୍ରୋଲ ପମ୍ପ ଗୁଡିକୁ ଆସୁଥିବା ସବୁ ଗାଡିର ନମ୍ବର ପ୍ଲୋଟ୍ ଯାଞ୍ଚ କରି ତଥ୍ୟ ବାହାର କରିବ। ନିୟମ ଅମାନ୍ୟ କରି ପ୍ରଥମ ଥର ଧରାପଡିଲେ ଗାଡି ମାଲିକଙ୍କୁ ଗୋଟିଏ ଥର ଛାଡ କରାଯିବ। ମାତ୍ର ଦ୍ଵିତୀୟ ଥର ଧରାପଡିଲେ , ଗାଡିକୁ ସମ୍ପୂର୍ଣ୍ଣ ରୂପେ ଜବତ କରି ନିଆଯିବ।

  • Garvita Odia

    Related Posts

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ…

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ନୂଆଦିଲ୍ଲୀ: ବାଲେଶ୍ବର ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁରେ ସାରା ରାଜ୍ୟରେ ଆଲୋଚନା ଜୋର ଧରିଛି। ଏହି ଘଟଣାରେ ନ୍ୟାୟ ଦାବି କରି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ ଆସନ୍ତକାଲି ଅର୍ଥାତ ଗୁରୁବାର…

    Leave a Reply

    Your email address will not be published. Required fields are marked *

    You Missed

    ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ

    ଅଧ୍ୟାପକ ଗୋପୀକାନ୍ତ ସୁନା  ନିଲମ୍ବିତ

    ଆମକୁ ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ, ବିଜେପିକୁ ରଖନ୍ତୁ

    ଆମକୁ  ନ୍ୟୁଜର ହେଡ ଲାଇନରେ ରଖିବା ଦରକାର ନାହିଁ,  ବିଜେପିକୁ ରଖନ୍ତୁ

    ବିରୋଧୀଙ୍କ ଉପରେ ବର୍ଷିଲେ ଅପରାଜିତା

    ବିରୋଧୀଙ୍କ ଉପରେ ବର୍ଷିଲେ  ଅପରାଜିତା

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ବନ୍ଦ କୋଠରୀରୁ ମିଳିଲା ଯୁବତୀ ଝୁଲନ୍ତା ମୃତଦେହ

    ମହିଳା ହେଲପଲାଇନ ନଂ-୧୮୧

    ମହିଳା ହେଲପଲାଇନ ନଂ-୧୮୧