ଆଜି ମୋହନ ସରକାରଙ୍କ ବର୍ଷପୂର୍ତ୍ତି ସମାରୋହ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରିଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜନତା ମଇଦାନରେ ବର୍ଷପୂର୍ତ୍ତି କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଘଣ୍ଟିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ରାଜ୍ୟ ସରକାରଙ୍କ ୨୦୩୬ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବା ସହିତ ୧୮ହଜାର ୬୦୦ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏଥିସହିତ ବୟୋବନ୍ଦନା କାର୍ଡ ବଣ୍ଟନ, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ପକ୍କାଘର ନିର୍ମାଣ କାର୍ୟ୍ୟାଦେଶ, ଓଡ଼ିଶା ସରକାର ୧୭ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଥିବାରୁ ୫ଜଣ ଲକ୍ଷପତି ଦିଦିଙ୍କୁ ଭେଟିବା କାର୍ୟ୍ୟକ୍ରମ ସ୍ଥିର ହୋଇଛି। କିଛି ନୂଆ ଯୋଜନା ଶୁଭାରମ୍ଭ ସହ ଭଦ୍ରକ ଜିଲାରେ ୧୨୩ କୋଟି ଟଙ୍କାରେ ନିର୍ମିତ ନୂତନ କାରାଗାରକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।
ସେହିପରି ମୋଦୀ ଓଡ଼ିଶା ଗସ୍ତକାଳରେ୨୭୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ।ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ସୁବର୍ଣ୍ଣପୁର-ପୁରୁଣାକଟକ ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବା କାର୍ୟ୍ୟକ୍ରମ ରହିଛି। ବୌଦ୍ଧ ଜିଲାକୁ ପ୍ରଥମ କରି ରେଳ ଚଳାଚଳ କରିବ। ୫ଟି ରେଳ ଉଦ୍‌ଘାଟନ କରି ବୌଦ୍ଧ ଜିଲାବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ। ପୁରୁଣାକଟକରୁ ଭୁବନେଶ୍ବର, ବୌଦ୍ଧ ଏବଂ ବଲାଙ୍ଗିର ଜିଲାକୁ ରେଳ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଗସ୍ତ ସମୟରେପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ରେଳ ସେକ୍ସନରେ ଟ୍ରାଫିକ ଭିଡ ହ୍ରାସ କରିବ। ପ୍ରଧାନମନ୍ତ୍ରୀ ସୁବର୍ଣ୍ଣପୁର-ପୁରୁଣାକଟକ ମଧ୍ୟରେ ୭୩ କି.ମି.ଲମ୍ବା ନୂତନ ରେଳ ଲାଇନର ଉଦ୍‌ଘାଟନ କରିବେ। ଏହି ରେଳ ଲାଇନ ୩୦୧କି.ମି. ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ। ଏହାର ନିର୍ମାଣ ସହିତ ବୌଦ୍ଧ ଜିଲା ମୁଖ୍ୟାଳୟକୁ ପ୍ରଥମଥର ପାଇଁ ରେଳ ସଂଯୋଗ ହେବାକୁ ଯାଉଛି।

  • Garvita Odia

    Related Posts

    ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

    ବୌଦ୍ଧ: ବୌଦ୍ଧ ଜିଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଶୁକ୍ରବାରଠାରୁ ବୌଦ୍ଧ ଜିଲାରୁ ରେଳ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଜିଲାବାସୀଙ୍କ ମନରେ ଉକତ୍ଣ୍ଠା ଭରିରହିଛି। ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେଶନରୁ ରେଳ…

    ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତୁ

    ଭୁବନେଶ୍ୱର: ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଆୟୋଜିତ ମେଗା…

    Leave a Reply

    Your email address will not be published. Required fields are marked *

    You Missed

    ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

    ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଛାତ୍ର କଂଗ୍ରେସ ନେତା ଅଟକ

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ  ଛାତ୍ର କଂଗ୍ରେସ ନେତା ଅଟକ

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତୁ

    ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତୁ

    ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ

    ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ

    ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର

    ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର