ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ । ସୋମବାର ବିଳମ୍ବିତ ରାତିରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରଏଟର୍ସ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରେକର୍ଡ କରାଯାଇଛି। GFZ ଅନୁଯାୟୀ, ସମୁଦ୍ର ପୃଷ୍ଠରୁ ୧୦ କିଲୋମିଟର ତଳେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପ ବେଶ ଶକ୍ତିଶାଳୀ ଥିବା ବେଳେ ଏପର୍ଯ୍ୟନ୍ତ ଧନଜୀବନ ହାନିର ସୂଚନା ନାହିଁ।ତେବେ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଦ୍ୱୀପାଞ୍ଚଳକୁ ଭୂକମ୍ପ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ, ଯେଉଁଠାରେ ବାରମ୍ବାର ଭୂମିକମ୍ପ ହୁଏ ଏବଂ ସୁନାମିର ଆଶଙ୍କା ମଧ୍ୟ ଥାଏ।ଏହି ଭୂମିକମ୍ପର ପ୍ରାୟ ଦୁଇ ସପ୍ତାହ ପୂର୍ବେ ଦିଲ୍ଲୀ-ଏନସିଆରରେ ଲଗାତାର ଦୁଇ ଦିନ ଧରି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ନିରନ୍ତର ଭୂକମ୍ପ ଯୋଗୁଁ ବିଶେଷଜ୍ଞ ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି।

  • Garvita Odia

    Related Posts

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ରାଞ୍ଚି: ମହାଦେବଙ୍କୁ ଜଳଲାଗି କରି ଫେରିବା ବେଳେ ସଡ଼କ ଦୁର୍ଘଟଣା । କାଉଡିଆ ଯାତ୍ରା ହେଲା ଶେଷଯାତ୍ରା । ଝାଡଖଣ୍ଡ ଦେଓଗଡ଼ ମହାନପୁର ଥାନା ଜାମୁନିଆ ଜଙ୍ଗଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କାଉଡିଆଙ୍କୁ ନେଇ ଯାଉଥିଲା ଏକ…

    ଲୋକସଭାରେ ଆଲୋଚନା ସମୟରେ ହଙ୍ଗାମା

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ମଙ୍ଗଳବାର ଆଲୋଚନା ସମୟରେ ହଙ୍ଗାମା ହୋଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିତର୍କରେ ମନ୍ତବ୍ୟ ରଖୁଥିବା ସମୟରେ ବିରୋଧୀ କିଛି ପ୍ରାମଣ ମାଗିଥିଲେ, ଯାହାକୁ ନେଇ ଶାହ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ…

    Leave a Reply

    Your email address will not be published. Required fields are marked *

    You Missed

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ସଂସଦ ଭବନ ପରିସରରେ ବିଜେଡି ସାଂସଦଙ୍କ ପ୍ରତିବାଦ,କାହିଁକି ଜାଣନ୍ତୁ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ ମାନସ ମଙ୍ଗରାଜ

    ବିମାନ ଚଳାଚଳ ନେଇ ରାଜ୍ୟସଭାରେ ଏହି ଦାବି କଲେ  ମାନସ ମଙ୍ଗରାଜ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ତୃତୀୟ ପର୍ୟ୍ୟାୟ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି

    ସୁବର୍ଣ୍ଣରେଖା, ବୈତରଣୀ, ଜଳକାର ଜଳସ୍ତର କମିଛି