ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଭୁବନେଶ୍ୱର : ବାଲେଶ୍ବର ଏଫଏମ୍‌ କଲେଜରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଶରୀରର ୯୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଛି । ଏସବୁ ଭିତରେ ଏମ୍‌ସରେ ପୀଡ଼ିତାଙ୍କ ଡାଏଲିସିସ୍ ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍‌ସର ପରାମର୍ଶ କ୍ରମେ ଚାଲିଛି ଚିକିତ୍ସା । ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ମତାମତ ନିଆଯାଇଥିଲା ।
ପୀଡ଼ିତାଙ୍କ ସୁଗାର ଲେବଲ୍‌ ଉପରେ ଦୃଷ୍ଟି ରଖାଯାଇଛି । ହେମୋଡାଇନାମିକ ମନିଟରିଂ କରାଯାଉଛି । ପୀଡ଼ିତାଙ୍କ ପୋଟାସିୟମ ସ୍ତର ବହୁତ କମିଯାଇଛି । କିଡନୀ କାମ କରୁନଥିବାରୁ ପରିସ୍ରା ହେଉନି । ୯୮% ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା ପରିବାରକୁ କୁହାଯାଇଛି । ଭିଟାମିନ-ସି, ଡି, ଏ ଓ ଜିଙ୍କ୍ ସପ୍ଲିମେଣ୍ଟ ଦିଆଯାଉଛି । ନିୟମିତ ବ୍ୟବଧାନରେ ରକ୍ତ ପରୀକ୍ଷା କରାଯାଉଛି । ଭୁବନେଶ୍ୱର ଏମ୍‌ସ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି ।

ଏମ୍ସ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟି ଚିକିତ୍ସାର ତଦାରଖ କରୁଛନ୍ତି । ପୀଡ଼ିତାଙ୍କୁ ICU ଭେଣ୍ଟିଲେଟରରେ ରଖାଯାଇଛି । ପୀଡ଼ିତାଙ୍କ ଫୁସଫୁସ ଓ କିଡନୀ ପ୍ରଭାବିତ ହୋଇଥିବାବେଳେ ଏକ ୧୦ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛି । ସେପଟେ ଏଫଏମ୍‌ କଲେଜରେ ତଦନ୍ତ କରି ଫେରିଛନ୍ତି କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । କ୍ରାଇମବ୍ରାଞ୍ଚର ଆଡିସନାଲ ଏସପି ଓ ଅତିରିକ୍ତ ଡିଏସପି କଲେଜରେ ପହଞ୍ଚି ଯାଞ୍ଚ କରିଛନ୍ତି ।

  • Garvita Odia

    Related Posts

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ…

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍। ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ପୁଲିସ। ଖିଲାପକାରୀଙ୍କ ଉପରେ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ