ଆମେରିକା ଯିବ ଏୟାର ଇଣ୍ଡିଆ ବ୍ଲାକ ବକ୍ସ

ଜୁନ ୧୨ରେ ଅହମଦାବାଦ ଏୟାର ପୋର୍ଟ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଏହାକୁ ଦୁର୍ଘଟଣା ସ୍ଥଳରୁ ଠାବ କରିଥିଲେ ହେଁ ଏଥିରୁ ତଥ୍ୟ ରିକଭରୀ ହୋଇପାରୁ ନାହିଁ। ଏଥିପାଇଁ ଏହାକୁ ଆମେରିକା ପଠାଯିବ ବୋଲି ଜଣାପଡ଼ିଛି। ୱାଶିଂଟନରେ ଥିବା ଗୋଟିଏ ଲ୍ୟାବକୁ ଏୟାର ଇଣ୍ଡିଆର ବାକ୍ସ ବକ୍ସକୁ ପଠାଯିବ। ସେଠାରେ ଏଥିରୁ ତଥ୍ୟ ରିକଭରୀ କରାଯିବ। ତେବେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାର ନେବେ।

କମଳା ରଙ୍ଗର ଏହି ଡିଭାଇସକୁ ଦୁର୍ଘଟଣା ଗ୍ରସ୍ତ ବିମାନର ପଛ ପାର୍ଶ୍ୱରୁ ଠାବ କରାଯାଇଥିଲା। ବିମାନଟି ନିୟନ୍ତ୍ରଣ ହରାଇ ଜେବି ମେଡିକାଲ କଲେଜର ହଷ୍ଟେଲ ବିଲଡିଂକୁ ଧକ୍କା ଦେଇଥିଲା। ବିଲଡିଂ କାନ୍ଥରେ ଏହାର ପଛ ପାର୍ଶ୍ୱ ଲାଗି ଯାଇଥିଲା। ଉଦ୍ଧାରକାରୀ ଦଳ ଛାତ ଉପରୁ ବ୍ଲାକ ବକ୍ସକୁ ଠାବ କରିଥିଲେ। ବ୍ଲାକ ବକ୍ସ ମିଳିଥିବାରୁ ତଦନ୍ତକାରୀ ଟିମକୁ ଦୁର୍ଘଟଣାର କାରଣ ଖୋଜିବାରେ ବେଶ ସହାୟକ ହେବ ବୋଲି କୁହାଯାଉଥିଲା। କିନ୍ତୁ କ୍ରାଶ ଯୋଗୁ ଏହା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଥିରୁ ତଥ୍ୟ ରିକଭରୀ କରିବାରେ ତଦନ୍ତକାରୀ ଟିମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

  • Garvita Odia

    Related Posts

    ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ

    ନୂଆଦିଲ୍ଲୀ: ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ । ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ…

    ଇରାନ ଉପରେ ଇସ୍ରାଏଲୀ ଆକ୍ରମଣ: ୬୩୯ ମୃତ

    ନୂଆଦିଲ୍ଲୀ: ତୀବ୍ର ହେବାରେ ଲାଗିଛି ଇରାନ ଓ ଇସ୍ରାଏଲ ଲଢେଇ । ଏହି ସମୟରେ, ଆମେରିକା ଉପସାଗରୀୟ ଅଞ୍ଚଳରେ ସାମରିକ ମୁତୟନ ବୃଦ୍ଧି କରିଛି । ଏପର୍ୟ୍ୟନ୍ତ ଇରାନରେ ୪୫୦ ରୁ ଅଧିକ ଓ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You Missed

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ଓଡିଶା ଆସିବେ ରାହୁଲ ଗାନ୍ଧୀ

    ଓଡିଶା ଆସିବେ ରାହୁଲ ଗାନ୍ଧୀ