ଆରବିଆଇ ପୁଣି କମାଇଲା ରେପୋ ରେଟ୍‌

ଭୁବନେଶ୍ୱର:ଋଣ ଗ୍ରହୀତାମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବଡ଼ ଉପହାର ଦେଇଛି। ଆରବିଆଇ ଏହାର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ରେପୋ ରେଟ୍‌ ୦.୫% ଅର୍ଥାତ ୫୦ ବେସିସ ପଏଣ୍ଟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଯାହାଫଳରେ ରେପୋ ରେଟ୍‌ ୬ ପ୍ରତିଶତରୁ ଖସି ୫.୫%ରେ ପହଞ୍ଚିଛି। ଆରବିଆଇର ଏହି ନିଷ୍ପତ୍ତି ଫଳରେ ଲୋନ୍‌ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ୁଥିବା ଇଏମଆଇ ଚାପରେ ସାମାନ୍ୟ ଆଶ୍ଵସ୍ତି ମିଳିଛି। ରେପୋ ରେଟ୍‌ ହ୍ରାସ ଫଳରେ ଇଏମଆଇ କମ୍ ଆସିବ। ଏହା ପୂର୍ବରୁ ଆରବିଆଇ ରେପୋ ରେଟ୍‌ ୦.୨୫% ବା ୨୫ ବେସିସ ପଏଣ୍ଟ ହ୍ରାସ କରିଥିଲା।

ରେପୋ ରେଟ୍‌ ହ୍ରାସ ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ବୈଠକରେ ଏସଡିଏଫ ରେଟ୍‌ ୫.୭୫%ରୁ ହ୍ରାସ କରାଯାଇ ୫.୨୫% ପ୍ରତିଶତ କରାଯାଇଛି। ଏମଏସଏଫ ରେଟ୍‌କୁ ବି ହ୍ରାସ କରାଯାଇ ୬.୨୫%ରୁ ୫.୭୫% କରାଯାଇଛି। ରେପୋ ରେଟ୍‌ ହ୍ରାସ କରାଯିବା ଫଳରେ ଆର୍ଥିକ ଅଭିବୃଦ୍ଧିକୁ ସହଯୋଗ ମିଳିବ। ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ପରିଲକ୍ଷିତ ହୋଇଛି।

  • Garvita Odia

    Related Posts

    ୭ ମାଓବାଦୀ ନିହତ

    ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି। ସେମାନେ…

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋନିଆ ହିମାଚଳପ୍ରଦେଶର ସିମଲା ଅନ୍ତର୍ଗତ ଚାରବ୍ରାରେ ଥିଲେ। ସେଠାରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ୭ ମାଓବାଦୀ ନିହତ

    ୭ ମାଓବାଦୀ ନିହତ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର