
ନୂଆଦିଲ୍ଲୀ: ଆସୁଛି ଏକ ବଡ ବାତ୍ୟା ଶକ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମେ ୨୩ରୁ ୨୮ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ବାତ୍ୟାରେ ପରିଣତ ହୋଇ ୨୪ରୁ ୨୬ତାରିଖ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଛି । ଏହା ଓଡ଼ିଶା ଉପକୂଳ ଓ ବାଂଲାଦେଶର ଚତୋଗ୍ରାମରେ ପ୍ରଭାବ ପକାଇପାରେ । ଏନେଇ ବାଂଲଦେଶ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ସାମ୍ଭାବ୍ୟ ବାତ୍ୟାର ନାଁ ଶକ୍ତି ରଖାଯାଇଛି ।
ଘୂର୍ଣ୍ଣିଝଡର ପ୍ରାଥମିକ ପ୍ରଭାବ ବାଂଲାଦେଶ ଉପରେ ପଡିବାର ଆଶଙ୍କା କରାଯାଉଥିବା ବେଳେ ଓଡ଼ିଶାର ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ ଏବଂ ଖୋର୍ଦ୍ଧାରେ ମଧ୍ୟମ ପ୍ରଭାବ ପଡିପାରେ । ଏହି ଅଞ୍ଚଳରେ ୨୪ରୁ ୨୭ ମେ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୪୦ରୁ ୬୦କି.ମି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।