
ନୂଆଦିଲ୍ଲୀ: ତୀବ୍ର ହେବାରେ ଲାଗିଛି ଇରାନ ଓ ଇସ୍ରାଏଲ ଲଢେଇ । ଏହି ସମୟରେ, ଆମେରିକା ଉପସାଗରୀୟ ଅଞ୍ଚଳରେ ସାମରିକ ମୁତୟନ ବୃଦ୍ଧି କରିଛି । ଏପର୍ୟ୍ୟନ୍ତ ଇରାନରେ ୪୫୦ ରୁ ଅଧିକ ଓ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ଏକ ମାନବାଧିକାର ଗୋଷ୍ଠୀ କହିଛି ଯେ ଇରାନ ଉପରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୬୩୯ ଜଣଙ୍କର ମୃତ୍ୟୁ ହେବା ସହ ୧,୩୨୯ ଜଣ ଆହତ ହୋଇଛନ୍ତି। ଇସ୍ରାଏଲ ଜୁନ୍ ୧୨ ତାରିଖରେ ଇରାନ ଉପରେ ବିମାନ ଆକ୍ରମଣ ଆରମ୍ଭ କରିଥିଲା ଓ ଦୁଇ ଦେଶ ମଧ୍ୟରେ ପ୍ରବଳ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଛି । ଇରାନ ଏବେ ତେହେରାନର ବିଭିନ୍ନ ସ୍ଥାନରେ ଆକ୍ରମଣ କରୁଛି। ସେପଟେ ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଦାବି କରୁଛି ଯେ ଇରାନ ଟ୍ରମ୍ପଙ୍କ ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିବାକୁ ପ୍ରସ୍ତୁତ । ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସାମରିକ ଆକ୍ରମଣ ଯୋଜନାକୁ ଅନୁମୋଦନ କରିଛନ୍ତି, କିନ୍ତୁ ଚୂଡ଼ାନ୍ତ ନିର୍ଦ୍ଦେଶ ପାଇଁ ଅପେକ୍ଷା କରିବାକୁ କହିଛନ୍ତି । ରିପୋର୍ଟ ଅନୁଯାୟୀ, ଇରାନର ପରମାଣୁ କାର୍ୟ୍ୟକ୍ରମ ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ଦେଖିବା ପରେ ଟ୍ରମ୍ପ ନିଷ୍ପତ୍ତି ନେବେ। ଟ୍ରମ୍ପ ବୈଠକ କରିଛନ୍ତି ଯେଉଁଥିରେ କୁହାଯାଉଛି ଯେ ସେ ତାଙ୍କ ସାମରିକ ପରାମର୍ଶଦାତାମାନଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । କହିଛନ୍ତି କି, ଆମେରିକାର ୩୦,୦୦ ପାଉଣ୍ଡ ବଙ୍କର-ବଷ୍ଟର ବୋମା ଇରାନର ଅତ୍ୟନ୍ତ ସୁରକ୍ଷିତ ଫୋର୍ଡୋ ପରମାଣୁ ସ୍ଥାନକୁ ଧ୍ୱଂସ କରିବା ପାଇଁ ବ୍ୟବହାର କରାଯାଇପାରିବ କି ନାହିଁ।