
ଭୁବନେଶ୍ବର : ସିବିଏସଇ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ହେବ । ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଆବଶ୍ୟକ ପଡିବ । ଏଥିରେ ହେରଫେର ହୋଇଥିବା ଜଣାପଡିଲେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ । ଡମି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ସିବିଏସଇ କଡା ପଦକ୍ଷେପ ଗ୍ରହଣ କରିଛି । ଆଫିଲେଟେଡ୍ ସ୍କୁଲଗୁ଼ଡିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ପରାମର୍ଶ ଦିଆଯାଇଛି ।