ଏନକାଉଣ୍ଟର: ମାଓନେତା ଭାସ୍କର ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ଆଉ ଜଣେ ଦୁର୍ଦାନ୍ତ ନକ୍ସଲ ମୃତ୍ୟୁବରଣ କରିଛି। ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ଆଉ ଜଣେ ଆଗଧାଡ଼ିର ନକ୍ସଲ ଭାସ୍କରର ମୃତ୍ୟୁ ହୋଇଛି। ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଭାସ୍କର ନିକଟରେ ଏକ ଏକେ-୪୭ ବନ୍ଧୁକ ଜବତ କରିଛି ପୁଲିସ।
ମୁଣ୍ଡଗୁଲା ଭାସ୍କର ରାଓ ଅରଫ ମଇଲାରାପୁ ତେଲେଙ୍ଗାନା ଜିଲ୍ଲାର ଆଦିଲାବାଦ ଜିଲ୍ଲାର ଉରୁମାଦଲା ଗ୍ରାମର ବାସିନ୍ଦା। ସେ ତେଲେଙ୍ଗାନା ଷ୍ଟେଟ କମିଟିର ସ୍ବତନ୍ତ୍ର ଜୋନାଲ କମିଟର ସଦସ୍ୟ ରହିଥିଲା। ଏଥିସହ ତେଲେଙ୍ଗାନା ରାଜ୍ୟ ସମିତିର ମଞ୍ଚେରିୟଲ କୋମରା ଭୀମ ସଂଗଠନର ସଚିବ ମଧ୍ୟ ରହିଥିଲା। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଏନକାଉଣ୍ଟରରେ ଆହୁରି କେତେ ନକ୍ସଲ ମୃତାହତ ହୋଇଛନ୍ତି ସେନେଇ ତଦନ୍ତ ଚାଲିଥିବା ପୁଲିସ କହିଛି। ପୁଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ତେଲେଙ୍ଗାନା ଷ୍ଟେଟ କମିଟି ନକ୍ସଲ ସଂଗଠନର ପ୍ରେସ ଇନଚାର୍ଜ ପ୍ରକାଶ ସମେତ ବହୁ ନକ୍ସଲ ଏଠାରେ କ୍ୟାମ୍ପ କରି ରହିଛନ୍ତି। ପୁଲିସ ତୁରନ୍ତ ଚଢାଉ କରିଥିଲା। ତେବେ ବହୁ ନକ୍ସଲ ଏହି ଏନକାଉଣ୍ଟରରେ ଖସି ପଳାଇବାରେ ସଫଳ ହୋଇଥିବା ପୁଲିସ କହିଛି। ତେବେ ଆହୁରି ଅଧିକା ନକ୍ସଲ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି।

  • Garvita Odia

    Related Posts

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବର୍ତ୍ତି ଅଞ୍ଚଳ । ଆସନ୍ତା ୨୪ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଅଧିକ ଗୁଳୁଗୁଳି ଅନୁଭୁତ…

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ପାରାଦୀପ : ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ୭ ମାଓବାଦୀ ନିହତ

    ୭ ମାଓବାଦୀ ନିହତ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର