ଏନକାଉଣ୍ଟର: ୪ମାଓବାଦୀ ନିହତ

ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ ୪ ଟି ବନ୍ଧୁକ ଜବତ ହୋଇଛି । ଗୋଟିଏ SLR, ୨ ଟି INSAS ଓ ଗୋଟିଏ ୩୦୩ ବନ୍ଧୁକ ଜବତ ହୋଇଛି ।
ସୂଚନା ଅନୁସାରେ ମହାରାଷ୍ଟ୍ର ଗଡଚିରୋଲି ଓ ଛତିଶଗଡ଼ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା କୋପର୍ଶି ଜଙ୍ଗଲ ଭିତରେ ମାଓବାଦୀ ମାନେ ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ C-60 ବାହିନୀ ଓ CRPF ବାହିନୀ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଖସି ପଳାଇଥିବା ଅନ୍ୟ ମାଓବାଦୀଙ୍କୁ ଖୋଜିବା ପାଇଁ ସେଠାରେ ଅପରେସନ ଜାରି ରହିଛି । ମାଓବାଦୀଙ୍କ ମୃତ ଦେହ ହେଲିକେପ୍ଟର ଯୋଗେ ଗଡଚିରୋଲି ନିଆଯାଇଛି ।

  • Related Posts

    ଆତ୍ମସମର୍ପଣ କଲେ ୩୦ ମାଓବାଦୀ

    ବିଜାପୁର: ମାଓମୁକ୍ତ ଅଭିଯାନରେ ଛତିଶଗଡ ପୁଲିସକୁ ବଡ ସଫଳତା ମିଳିଛି । ବିଜାପୁରରେ ୩୦ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୩୦ଜଣଙ୍କ ମଧ୍ୟରେ ୯ଜଣ ମହିଳା ଓ ୨୦କ୍ୟାଡର ମାଓବାଦୀ ରହିଛନ୍ତି । ଏହି ସବୁ ମାଓବାଦୀଙ୍କ ମୁଣ୍ଡ…

    Continue reading
    ଦିଲ୍ଲୀର ୨୦ କଲେଜକୁ ବୋମାରେ ଉଡାଇବାକୁ ଧମକ

    ନୂଆଦିଲ୍ଲୀ : ଦିଲ୍ଲୀର ୨୦ରୁ ଅଧିକ କଲେଜକୁ ବୋମାରେ ଉଡାଇବାକୁ ନେଇ ଧମକ ମିଳିଛି । ଚାଣକ୍ୟପୁରୀ ସ୍ଥିତ କଲେଜ ସମେତ ପ୍ରାୟ ୨୦ଟି କଲେଜକୁ ଧମକପୂର୍ଣ୍ଣ ଇମେଲ୍‌ କରାଯାଇଛି । ପୁଲିସକୁ ଏନେଇ ଖବର ମଧ୍ୟ ଦିଆଯାଇଛି । ଘଟଣା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର