ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହ ପ୍ରଶାସନିକ ତଦନ୍ତ ଦାବି କଲେ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ। ସେ କହିଛନ୍ତି, ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଭୂମକା ନେଇ ପ୍ରଶ୍ନ ଉଠୁଛି। ହାତ ଲେଖା ପ୍ରଶ୍ନପତ୍ର ଲାପଟପ୍‌ରୁ ବାହାରିଲା ବୋଲି କୁହାଯାଉଛି। ଏବେ ପ୍ରଶ୍ନ ଉଠୁଛି ବୋର୍ଡ ଉପସଭାପତିଙ୍କ ଲାପଟପରେ ଏଭଳି ପ୍ରଶ୍ନପତ୍ର ରୁହେ କି ? ଲିକ୍ କରିଥିବା ବ୍ୟକ୍ତିଙ୍କୁ ପାସୱାର୍ଡ ଦେଲା କିଏ ? ପୂର୍ବରୁ ବୋର୍ଡ ଉପସଭାପତିଙ୍କୁ ଅପସାରଣ କରିବା ପାଇଁ ବହୁବାର ଅଭିଯୋଗ ହୋଇଛି। କିନ୍ତୁ ସରକାର ଜଣେ ବ୍ୟକ୍ତିକୁ କାହିଁକି ଏତେ ବର୍ଷ ଧରି ଗୋଟିଏ ପଦବୀରେ ରଖିଥିଲେ ?

ବିଜୟ ପଟ୍ଟନାୟକ ପୁଣି କହିଛନ୍ତି, ଚାରୁ ମାଇଣ୍ଡ ୱାର୍କସ୍ ନାମକ ଏକ ରାଜସ୍ଥାନର ଘରୋଇ ସଂସ୍ଥା ପରୀକ୍ଷା ସହ ସଂଶ୍ଲିଷ୍ଟ ଅଛି। ଯେଉଁ ସଂସ୍ଥା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଝିଅ ଓ ଜ୍ୱାଇଁଙ୍କର ବୋଲି ଚର୍ଚ୍ଚା ହେଉଛି। ଏ ଦିଗରେ ସରକାର ନିରପେକ୍ଷ ତଦନ୍ତ କରନ୍ତୁ। ବୋର୍ଡ ଉପସଭାପତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେଉ। ତାଙ୍କୁ ସେ ପଦରୁ ଅପସାରଣ କରାଯାଉ ବୋଲି ବିଜୟ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

  • Garvita Odia

    Related Posts

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଘୋଷଣା ହୋଇଛି। ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ…

    ଲୋୟର ପିଏମଜିରେ ସିଆର୍‌ପି ସିଏମ୍‌ଙ୍କ ବିକ୍ଷୋଭ

    ଭୁବନେଶ୍ବର: ଇନସେନଟିଭ ନୁହେଁ ସ୍ଥାୟୀ ଦରମା ଦରକାର। ୬ ହଜାର ଶହେ ବଦଳରେ ଦିଆଯାଉ ୧୦ ହଜାର ଟଙ୍କାର ଦରମା । ଏଭଳି ୫ ଦଫା ଦାବି ନେଇ ଶୁକ୍ରବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। ବିଭିନ୍ନ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ରାଜ୍ୟରେ ଖୋଲିବ ମଡେଲ ମଣ୍ଡି

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ବିଜୟ ପଟ୍ଟନାୟକ

    ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା : କ୍ରାଇମ୍ ବ୍ରାଞ୍ଚ ତଦନ୍ତ  ଦାବି କଲେ ବିଜୟ ପଟ୍ଟନାୟକ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

    ଭିଜିଲାନ୍ସ ଜାଲରେ ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ