ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

ଭୁବନେଶ୍ୱର: ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ତାଙ୍କ ମତରେ, ରାଜ୍ୟର ପରିସ୍ଥିତି ମଣିପୁରଠାରୁ ମଧ୍ୟ ଅଧିକ ସାଂଘାତିକ ହୋଇଛି ଏବଂ ସରକାର ନିଜ ଦାୟିତ୍ୱ ତୁଲାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି ।
ପ୍ରମିଳା ମଲ୍ଲିକ ବିଶେଷ ଭାବରେ ବାଲେଶ୍ୱର କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଉଲ୍ଲେଖ କରି କହିଛନ୍ତି ଯେ, ଛାତ୍ରୀ ଜଣକ ସମସ୍ତଙ୍କୁ ଜଣାଇବା ପରେ ମଧ୍ୟ ତାଙ୍କ ଜୀବନ ବଞ୍ଚାଇ ପାରିଲା ନାହିଁ । ଏହି ଘଟଣାରେ ସେ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ କେବଳ ତଦନ୍ତର ଆଳ ଦେଖାଇ ସରକାର ଚୁପ୍ ବସିଛନ୍ତି । ଏହି ଘଟଣା ସମ୍ପର୍କରେ ଏସ୍‌ପି ଏବଂ ସାଂସଦଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଛାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିଲା ନାହିଁ, ଯାହା ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି ।ସେ ଆହୁରି ମଧ୍ୟ କହିଛନ୍ତି , ସେମାନେ ମହାମହିମ ରାଷ୍ଟ୍ରପତିଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବେ । ତାଙ୍କ ମତରେ, ଭାରତବର୍ଷର ଯେକୌଣସି ରାଜ୍ୟରେ ଶାସନ ବ୍ୟବସ୍ଥାରେ ବିଫଳତା ଦେଖାଦେଲେ ରାଷ୍ଟ୍ରପତି ହସ୍ତକ୍ଷେପ କରି ନିୟନ୍ତ୍ରଣ କରିବାର କ୍ଷମତା ରଖନ୍ତି ଏବଂ ସେହି କ୍ଷମତାକୁ ବ୍ୟବହାର କରିବା ପାଇଁ ସେମାନେ ଦାବି କରିବେ ।

  • Garvita Odia

    Related Posts

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    କଟକ: କଟକ ଓଏମପିରୁ କନ୍ଦରପୁର ହେବ ଏଲିଭେଟେଡ କରିଡର । ରବିବାର କଟକ ସାଂସଦ ଭର୍ତ୍ତୃହରି ମହତାବ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ହୋଇଛି । ଏନେଇ…

    ଉପରାଷ୍ଟ୍ରପତି ନିର୍ବାଚନ:ଏନଡିଏ ପ୍ରାର୍ଥୀଙ୍କୁ ବିରୋଧ କରିବ ବିଜେଡି

    ଭୁବନେଶ୍ୱର: ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ରାଜ୍ୟ ରାଜନୀତି ମଧ୍ୟ ଉଷ୍ମ ରହିଛି। ଚର୍ଚ୍ଚା ହେଉଛି ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ବିଜେପିରୁ ହିଁ ବେ। ତେବେ ଏନେଇ ଇଣ୍ଡିଆ ମେଣ୍ଟର ବିରୋଧୀ ଦଳ ବିରୋଧ କରିବାକୁ…

    Leave a Reply

    Your email address will not be published. Required fields are marked *

    You Missed

    ଘୋଷଣା କଲେ ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ଘୋଷଣା କଲେ  ଟ୍ରମ୍ପ: ଯୁଦ୍ଧ ବିରତି ପାଇଁ  ଥାଇଲାଣ୍ଡ ଓ କାମ୍ୱୋଡିଆ ରାଜି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ହୀରାକୁଦ : ୨୦ ଫାଟକରୁ ବନ୍ୟାଜଳ ନିଷ୍କାସନ ଜାରି

    ଓଡ଼ିଶାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଓଡ଼ିଶାରେ  ଲାଗୁ ହେଉ ରାଷ୍ଟ୍ରପତି ଶାସନ: ପ୍ରମିଳା

    ଆଜିଠୁ କମିବ ବର୍ଷା

    ଆଜିଠୁ କମିବ ବର୍ଷା

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଓଏମପିରୁ କନ୍ଦରପୁର ଏଲିଭେଟେଡ କରିଡର

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି

    ଅଗଷ୍ଟ ୯ ତାରିଖ ଦିନ ୧କୋଟି ୨ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି