ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର: ଓୟୋରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଦୁଇ ମହଲା ଛାତରୁ ଖସିପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭୁବନେଶ୍ବର ଜାଗମରା ସ୍ଥିତ ଏକ ଗେଷ୍ଟ ହାଉସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯୁବତୀ ଜଣଙ୍କ ହେଲେ ନୟାଗଡ଼ର ସୋନାଲି ମହାପାତ୍ର । ରକ୍ତାକ୍ତ ମୃତଦେହ ଉଦ୍ଧାର କଲା ଖଣ୍ଡଗିରି ଥାନା ପୋଲିସ । ସୋନାଲି ତଳେ ପଡ଼ିବା ବେଳେ ରୁମ୍‌ରେ ଥିଲେ ପୁରୁଷବନ୍ଧୁ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ପୁରୁଷବନ୍ଧୁଙ୍କୁ ଅଟକ ରଖି ଖଣ୍ଡଗିରି ପୋଲିସର ପଚରାଉଚରା । ଆସନ୍ତା ମାସରେ ଉଭୟଙ୍କ ବିବାହ ସ୍ଥିର ହୋଇଥିଲା । ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଥିବା ଖଣ୍ଡଗିରି ଥାନା ପୋଲିସ ମୃତଦେହର ପୋଷ୍ଟମର୍ଟମ୍ ପାଇଁ ପଠାଇଥିବା ବେଳେ ଓୟୋର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଜାଗମରା ପଞ୍ଚଶଖାନଗରରେ ଥିବା ଏକ ଓୟୋକୁ ବୁଧବାର ସକାଳେ ଯୁବତୀ ଜଣଙ୍କ ପୁରୁଷବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଯାଇଥିଲେ । ହୋଟେଲର ତୃତୀୟ ମହଲରେ ଥିବା ଏକ ରୁମ୍ ବୁକ୍ କରିଥିଲେ । ଦିନ ତମାମ ସେମାନେ ରୁମ୍‌ରେ ରହିଥିଲେ । ସନ୍ଧ୍ୟା ବେଳକୁ ଉଭୟେ ରୁମ୍‌ରୁ ବାହାରି ମାର୍କେଟ୍‌କୁ ଯାଇଥିଲେ । ସେତେବେଳେ ଉଭୟଙ୍କ ହାବଭାବ ଠିକଠାକ ଥିବା ହୋଟେଲ କର୍ତ୍ତୃପକ୍ଷ ଦେଖିଥିବା କହିଛନ୍ତି । କିଛି ସମୟ ପରେ ଉଭୟେ ମାର୍କେଟରୁ ଫେରି ପୁଣି ରୁମ୍‌କୁ ଯାଇଥିଲେ । ସାଙ୍ଗରେ ରାତ୍ରିଭୋଜନ ପାଇଁ ଖାଦ୍ୟ ବି ଆଣିଥିଲେ । କିନ୍ତୁ ରାତି ୧୧ଟା ବେଳେ ରୁମ୍‌ ଭିତରେ ଉଭୟଙ୍କ ମଧ୍ୟରେ ଖୁବ୍‌ ଜୋରରେ ପାଟିତୁଣ୍ଡ ଲାଗିଥିଲା ।ହଠାତ କ’ଣ ହେଲା କେଜାଣି ଯୁବତୀ ଜଣଙ୍କ ଛାତ ଉପରୁ ତଳକୁ ପଡିଗଲେ । ଓୟୋ କର୍ତ୍ତୃପକ୍ଷ ଏନେଇ ପୋଲିସକୁ ଖବର ଦେଲେ । ପୋଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପୁରୁଷବନ୍ଧୁଙ୍କୁ ପଚରାଉଚରା କରିବାରୁ ଜଣାପଡିଛି ଯେ, ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଥିଲେ । ଆସନ୍ତା ମାସରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା । କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା, ସେନେଇ ସେ ମୁହଁ ଖୋଲିନାହାନ୍ତି ।

  • Garvita Odia

    Related Posts

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

    ଭଦ୍ରକ :ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ରାସ୍ତା ବିଲ୍ ପାଇଁ ଠିକାଦାରଙ୍କ ଠାରୁ ୧୦ହଜାର ଟଙ୍କା…

    ବିବାଦ ଘେରରେ ୟୁଟ୍ୟୁବର ଲବ୍‌ ହାଂସଦା

    ଭୁବନେଶ୍ୱର: ଚର୍ଚ୍ଚିତ ୟୁଟ୍ୟୁବର ଲବ୍‌ ହାଂସଦା ଏବେ ବିବାଦ ଘେରରେ । ଲବ୍‌ଙ୍କ ନିର୍ୟାତନା ସହି ନପାରି ତାଙ୍କ ପ୍ରେମୀକା ସାଲମୀ ମୁର୍ମୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ । ସାଲମୀ ଭାଇଙ୍କ ଅଭିଯୋଗ ପରେ ବେଙ୍ଗାଲୁରୁର ଏଚ୍‌ଏସଆର…

    Leave a Reply

    Your email address will not be published. Required fields are marked *

    You Missed

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ : ଶଶିଭୂଷଣ

    ପରିଚାଳନାଗତ ତ୍ରୁଟି ଯୋଗୁଁ ହିଁ ନିର୍ବାଚନ ହାରିଲୁ :  ଶଶିଭୂଷଣ

    ଆହାର କେନ୍ଦ୍ରରେ ଖାଇଲେ ଓଏଏସ ଅଧିକାରୀ ପ୍ରଶିକ୍ଷାର୍ଥୀ

    ଆହାର କେନ୍ଦ୍ରରେ ଖାଇଲେ  ଓଏଏସ  ଅଧିକାରୀ ପ୍ରଶିକ୍ଷାର୍ଥୀ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    କେଦାରନାଥରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ରାଜ୍ୟରେ କଂଗ୍ରେସ ବର୍ତ୍ତମାନ ଏକମାତ୍ର ବିକଳ୍ପ:ଜୟଦେବ ଜେନା

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଟାଟାର ୬୪ ହଜାର କୋଟିର ପ୍ରକଳ୍ପ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

    ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ