
ଭୁବନେଶ୍ବର: ଲୋୟର ପିଏମଜିରେ ପୁଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ଏହି କାରଣରୁ ଏଠାରେ ଉତ୍ତେଜନା ଦେଖାଯାଇଛି। ଉତ୍ତେଜନା ପରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଗୋଟିଏ ଗାଡ଼ି ପୋଡ଼ିବାକୁ ଉଦ୍ୟମ ହୋଇଛି। ହେଲେ ଡ୍ରାଇଭରଙ୍କ ଯୋଗୁଁ କଂଗ୍ରେସ କର୍ମୀମାନେ ଏପରି କରିପାରିନଥିଲେ। ଏନେଇ ଘଟଣାର ତଦନ୍ତ କରାଯିବ। ବର୍ତ୍ତମାନ ସ୍ଥିତି ଆୟତ୍ତରେ ଅଛି। ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବାରୁ କାର୍ୟ୍ୟାନୁଷ୍ଠାନ ହୋଇଛି।