
କଟକ: କାଠଯୋଡିରେ ଦୁଇ ଯୁବ ଇଞ୍ଜିନିୟର ବୁଡିଯିବା ଘଟଣା । ନଦୀରୁ ଉଦ୍ଧାର ହେଲା ଦ୍ୱିତୀୟ ମୃତଦେହ । ଏନଡିଆରଏଫ ଟିମ୍ର ସର୍ଚ୍ଚ ଅପରେସନ ବେଳେ ଦ୍ୱିତୀୟ ମୃତଦେହ ଉଦ୍ଧାର ହୋଇଛି । ରବିବାର ଜଣେ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉଭୟ ଯୁବ ଇଞ୍ଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା ମିଳିଛି । ଉଭୟ ଇଂଜିନିୟର ମହାରାଷ୍ଟ୍ରର ହୋଇଥିବା ସୂଚନା। ଗାଧୋଇବା ବେଳେ ପାଣିର ଗଭୀରତା ନେଇ ଅବଗତ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।
ସୂଚନାଥାଉକି, ରବିବାର କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ରବିବାର ଋଷିକେଶ ମାତାଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।