କାନ୍ଦି କାନ୍ଦି ଏହା କହିଲେ ପ୍ରଶାନ୍ତ ମେଣ୍ଡୁଲି

ଭୁବନେଶ୍ୱର: ୪ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ। ସାରା ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ସମ୍ବଲପୁର ସବୁଠି ଘରୋଇ ବସ୍ ଚଳାଚଳ ହୋଇଛି । ଫଳରେ ଯାତ୍ରୀମାନେ ସୁବିଧାରେ ଯାତାୟାତ କରିପାରୁଛନ୍ତି । ଡ୍ରାଇଭର ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିଥିଲା ।ରାଜ୍ୟ ସରକାରଙ୍କ ସହ ଆଲୋଚନା ସତ୍ତ୍ବେ ଲିଖିତ ପ୍ରତିଶ୍ରୁତି ଦାବିରେ ଅଡ଼ି ବସିଥିଲା ସଂଘ। ଗତ ରାତିରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ବସ୍ ଚଲାଇବାକୁ ନିଷ୍ପତ୍ତି ନେଇଥିଲା । ଏହି କ୍ରମରେ ଆଜିଠୁ ବସ୍ ଚଳାଚଳ ସ୍ବାଭାବିକ ହୋଇଛି ।
ଏହି ଘଟଣାକୁ ନେଇ ପ୍ରଶାନ୍ତ ମେଣ୍ଡୁଲି ଏକ ଭାବପ୍ରବଣ ଭିଡିଓ ଜାରି କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଡ୍ରାଇଭର ସଂଘରେ ଫାଟ ନେଇ ଭିଡିଓ କରି ସେ କାନ୍ଦି କାନ୍ଦି କହିଛନ୍ତି, ଡ୍ରାଇଭର୍‌ ଭାଇମାନେ ବିଚାର କରନ୍ତୁ, ଏ ସମୟ ଆଉ ପାଇବନି। ଯେଉଁ ଭାଇମାନେ ମାଲିକଙ୍କୁ ଚାହୁଁଛନ୍ତି, ମହାସଂଘ ଛାଡ଼ି ଦିଅନ୍ତୁ। ଯେଉଁ ଭାଇମାନେ ଗାଡ଼ି ଚଲାଇବେ ସମସ୍ତଙ୍କ ଫଟୋ ଉଠାଯିବ। ଯେଉଁମାନେ ସଂଘକୁ ପଇସା ଦେଇଛନ୍ତି ତାକୁ ବି ଫେରେଇ ଦେବୁ। ଟଙ୍କା ଫେରେଇ ଦେବୁ କିନ୍ତୁ ସଦସ୍ୟ ଭାବେ ରଖିବୁ ନାହିଁ। ଭାଇମାନେ ଧର୍ୟ୍ୟ ରଖନ୍ତୁ, ଆମକୁ କେହି କିଛି କରିପାରିବେ ନାହିଁ। ଏକ ରହେଙ୍ଗେ ତୋ ସବ ସେଫ ରହେଙ୍ଗେ।

ସୂଚନାଥାଉ କି, ମେଣ୍ଡୁଲି ଡ୍ରାଭର ସଂଘଙ୍କୁ ଆହ୍ବନ ଦେଇ କହିଥିଲେ କି, ସରକାର ଯଦି ସେମାନଙ୍କ ସାତୋଟି ଦାବି ମଧ୍ୟରୁ ପାଞ୍ଚୋଟି ଦାବି ପୂରଣ ପାଇଁ ରାଜି ହୋଇଛନ୍ତି, କିନ୍ତୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏଁ ସଂଘ ଆନ୍ଦୋଳନ ବନ୍ଦ କରିବ ନାହିଁ। ସେ ରାଜ୍ୟର ୩୦ଟି ଜିଲ୍ଲାର ଡ୍ରାଇଭରମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ।ତେବେ, ସଂଘ ଭିତରେ ଅସନ୍ତୋଷ ବଢୁଥିବା ବେଳେ ଏକ ଗୋଷ୍ଠୀ ମେଣ୍ଡୁଲିଙ୍କ ନେତୃତ୍ୱ ବିରୋଧରେ ରୋଷ ପ୍ରକାଶ କରିଛନ୍ତି। ଏକ ବୈଠକରେ ମେଣ୍ଡୁଲିଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଅନ୍ୟପକ୍ଷରେ, ମେଣ୍ଡୁଲି କହିଛନ୍ତି ଯେ ସେ ଲୋକଙ୍କୁ ହଇରାଣ କରିବାକୁ ଚାହୁଁନାହାନ୍ତି ଏବଂ ସରକାର ଶୀଘ୍ର ସେମାନଙ୍କ ଦାବି ପୂରଣ କଲେ ଆନ୍ଦୋଳନ ସମାପ୍ତ ହୋଇପାରେ।

  • Garvita Odia

    Related Posts

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ଭୁବନେଶ୍ବର: ରାଜ୍ୟ ସରକାର କ୍ୟାବିନେଟ୍‌ରେ ଆଜି ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ଵରାଷ୍ଟ୍ର, ସ୍ବାସ୍ଥ୍ୟ, ଶକ୍ତି, ରାଜସ୍ବ , ଗୃହ…

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍। ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ପୁଲିସ। ଖିଲାପକାରୀଙ୍କ ଉପରେ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ