
ଭୁବନେଶ୍ବର : କେନ୍ଦୁପତ୍ରରୁ ହଟିଲାନି ସମ୍ପୂର୍ଣ୍ଣ ଜିଏସଟି। ପୁଣି ପ୍ରେସମିଟ କରି ବିଜେଡିର ପ୍ରତିବାଦ। କେନ୍ଦୁପତ୍ରରେ ୧୮% ସ୍ଲାବରୁ ହଟାଇ ୫% ଅଣାଯାଇଛି । ଶୂନ ପ୍ରତିଶତ କରିବାକୁ ନବୀନଙ୍କ ଦାବି ପୂରଣ କରାଗଲାନି । ଓଡ଼ିଶାରେ ୩୦ଟି ଜିଲ୍ଲାରୁ ୨୨ଜିଲ୍ଲାରେ କେନ୍ଦୁ ପତ୍ର ତୋଳାଯାଉଛି। ଗରିବ ଲୋକ ଏହା ଉପରେ ନିର୍ଭରଶୀଳ । ୧ ଜୁଲାଇ ୨୦୧୭ରେ ୧୮% GST ଲାଗୁ ହେଲା ତେବେଠାରୁ ବିଜେଡି ପ୍ରତିବାଦ କରିଛି । ୨୦୨୨ନିର୍ମଳା ସୀତାରମଣ ଥିବା ସମୟରେ ନବୀନ ପଟ୍ଟନାୟକ ଏହାକୁ ୦% କରିବାକୁ ଚିଠି ଲେଖିଥଲେ ଏବଂ ୨୦୨୩ରେ ମଧ୍ୟ ଦାବି ହୋଇଥିଲା ଯାହାହେଉ ଏବେ ଏହାକୁ ୫% କରାଯାଇଛି । ଏନେଇ ସଂସଦ ଓ ବିଧାନସଭାରେ ବିଜେଡି ଦାବି କରିଥିଲା ହେଲେ ଏହାକୁ ୦% କରାଗଲା ନାହିଁ କାହିଁକି ? ଏହି ସ୍ଲାବରେ ୪୦% କିଛି ସାମଗ୍ରୀରେ ହୋଇଛି ଏବଂ କେନ୍ଦୁପତ୍ର ଏଥିରେ ଅନ୍ତର୍ଭୁକ୍ତ ହେଉଛି । ଏହି ୫%କମାଇଲେ ବି ଡବଲ ଟ୍ୟାକ୍ସ ହେବ ଲବଂ ଦର ବଢିବାରୁ ଏହାର ପ୍ରଭାବ ତୋଳାଳୀଙ୍କ ଉପରେ ପଡିବ ତେଣୁ ଏହାକୁ 0% କରାଯାଉ । ଆଉ ଗୋଟେ ସ୍ପଷ୍ଟ ନାହିଁ ଯେ ଓଡ଼ିଶା ଯେଉଁ ମାସକୁ ୧୦୦୦ କୋଟି ହରାଇବ ତାହା ଭରଣା କିଏ କରିବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡ଼ିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।
ଏନେଇ ବିଜେଡ଼ି ବିଧାୟକ ନିରଞ୍ଜନ ପୂଜାରୀ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି କେନ୍ଦୁପତ୍ର ଓଡ଼ିଶାର ସାମଗ୍ରୀ ଏହାର ଉତ୍ପାଦନ ଗୁଣାତ୍ମକ । ଏହାକୁ ୦% GST କରିବାକୁ ଦାବି କରିଥିଲା ବିଜେଡି ହେଲେ ଏହା ହେଲାନି । ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଥିଲେ, GST କାଉଁସିଲରେ ବି ଦାବି ହୋଇଥିଲା । ଗରିବ ଆଦିବାସୀ କେନ୍ଦୁପତ୍ର ତୋଳନ୍ତି ଏବଂ ପାହାଡିଆ ଅଞ୍ଚଳରେ ଏହା ହୁଏ । ଟେକ୍ସଟାଇଲ ଦୁଇ ଭାଗରେ ଅଛି ଯେପରିକି ହ୍ୟାଣ୍ଡଲୁମ ଓ ପାୱାରଲୁମ । ଏହା ଉପରେ ବି ୫% ଅଛି । ପାୱାରଲୁମରେ କମ୍ପାନୀ ଅନ୍ତର୍ଭୁକ୍ତ ହେଲେ ହ୍ୟାଣ୍ଡଲୁମରେ ୦% GST କରିବାକୁ ଦାବି ହୋଇଥିଲା କାରଣ ଏଥିରେ ବୁଣାକାର ଅନ୍ତର୍ଭୁକ୍ତ । ରେଡ଼ିମେଡ଼ ଲୁଗା କିଣିଲେ ଟିକସ ଦେବାକୁ ପଡିବ କାରଣ ଆପାରେଲରେ ଟିକସ ବଢିଛି । ସ୍ଲାବ ପରିବର୍ତ୍ତନରେ କ୍ଷତି ହେଲେ କ୍ଷତି ଭରଣା ନେଇ ସ୍ପଷ୍ଟୀକରଣ ନାହିଁ ।