କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍ ସଂଖ୍ୟା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍। ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି। ଖୁବଶୀଘ୍ର ଆଉ ୨୪ଟି ନୂଆ ଆଇସିୟୁ ବେଡ୍ ସାମିଲ ହେବ ବୋଲି ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି ହୋଇଛି।

ଆଜି କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ କମିଟି ବୈଠକରେ ହସ୍ପିଟାଲ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସାଂସଦଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ହସ୍ପିଟାଲକୁ ୧ ହଜାର ୪୩୨ଟି ଡାଇଲେସିସ କେସ୍ ଆସୁଛି। ଏବେ ଯେତିକି ବେଡ୍ ରହିଛି, ପ୍ରତ୍ୟେକ ବେଡରେ ଦୈନିକ ୩ଟି ସିଟିଂରେ ଡାଇଲେସିସ କରାଯାଉଛି। ଏହାକୁ ଦୈନିକ ୪କୁ ବୃଦ୍ଧି କରାଯିବାର ଯୋଜନା ରହିଛି। ଅର୍ଥାତ ୪ଟି ସିଟିଂରେ ଡାଇଲେସିସ କରାଯିବ। ସେହିପରି ବନ୍ଦ ରହିଥିବା ମିଶନ ଶକ୍ତି କାଫେକୁ ମଧ୍ୟ ଏସଏଚଜି ମହିଳାଙ୍କୁ ହସ୍ତାନ୍ତର କରି ଚାଲୁ କରିବାକୁ ନିଷ୍ପତ୍ତି ହୋଇଛି।

  • Related Posts

    CM Launches Odisha Marine Biotechnology Research & Innovation Corridor

    Ground-breaking Marine Biotech Initiative to Make Odisha a Leader in Blue Economy- CM Bhubaneswar: Chief Minister Shri Mohan Charan Majhi today launched the Odisha Marine Biotechnology Research & Innovation Corridor…

    Continue reading
    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    କଟକ: ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ଦିନ ହେବ ଚାଲୁଥିଲେ ମଧ୍ୟ ଅଧାପାନ୍ତରିଆ କାମ ଫଳରେ ଭକ୍ତମାନେ ନାହିଁନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏନେଇ ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ଉପସଭାପତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ହେବ ମାଆ କଟକ ଚଣ୍ଡୀଙ୍କ ମନ୍ଦିର ଉନ୍ନତିକରଣ

    ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ