ଗୁଳିକାଣ୍ଡରେ ଯୁବକ ମୃତ

କଟକ: କଟକ ୪୨ ମୌଜା ଅଞ୍ଚଳରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଗତସିଂହପୁର ଜିଲ୍ଲା ବିରାଙ୍ଗ ଅଞ୍ଚଳର ବିକାଶ ମହାନ୍ତି ହୋଇଥିବା ଜଣାପଡ଼ିଛି । ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ବନ୍ଧୁକ ଜବତ କରି ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ନିକଟରେ କଟକ ବୈୟାଳିଶ ମୌଜାରେ ବେଆଇନ୍ ବନ୍ଧୁକ କାରଖାନା ଠାବ ହୋଇଥିଲା । ୪୨ ମୌଜାର ଧୂଳେଶ୍ଵର ଗାଁରେ ଚାଲିଥିଲା ଏହି ବେଆଇନ ବନ୍ଧୁକ ତିଆରି କାରଖାନା । ଶରତ ଚନ୍ଦ୍ର ଯାଦବ ନାମକ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଚାଲିଥିଲା ଏହି କାରଖାନା । କାରଖାନାରେ ରହିଥିଲା ବନ୍ଧୁକ ତିଆରି ମେସିନ ସହିତ ଅନେକ ଯନ୍ତ୍ରପାତି । ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ । ବନ୍ଧୁକ ତିଆରିରେ ଲାଗିଥିଲେ ବିହାରର ଲୋକ । ୩ଜଣ ବିହାରୀ କାରିଗରଙ୍କୁ ଗିରଫ କରିବା ସହ ସହ ୩୦ରୁ ଅଧିକ ବନ୍ଧୁକ ସହିତ ଅନେକ ମେସିନ ଜବତ କରିଥିଲା ଏସଟିଏଫ୍ ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ