
ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ବ୍ରହ୍ମପୁର ଏସପିଙ୍କୁ ଭେଟିଲା ବିଜୁ ଜନତା ଦଳ । ରାଜ୍ୟର ଏକ ପ୍ରମୁଖ ପର୍ୟ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ଗଣଦୁର୍ଷ୍କମ ଘଟଣାରେ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ସେପଟେ ଏହି ଘଟଣାକୁ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ।ଏହି ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ଏକ ପ୍ରତନିଧି ମଣ୍ଡଳୀ ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ଏନେଇ ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି,” ଗତକାଲି ଯେଉଁ ଘଟଣା ଘଟିଛି ଅତ୍ୟନ୍ତ ନିନ୍ଦନୀୟ । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଚୋରି , ଡକାୟତି ଏବଂ ଦୁଷ୍କର୍ମ ଭଳି ଘଟଣା ବୃଦ୍ଧି ପାଉଛି । କେଉଁଠି ନା କେଉଁଠି ଅପରାଧୀମାନଙ୍କ ଭୟ ଛାଡ଼ି ଯାଇଛି । ଏ ସରକାର ଆସିବା ପରେ ଓଡ଼ିଶା ଚୋରି, ଡ଼କାୟତି ଏବଂ ଗଣଦୁଷ୍କର୍ମରେ ଏକ ନମ୍ବର ରାଜ୍ୟ ହେବାକୁ ଯାଉଛି ।ଏ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଅନ୍ୟ ଦଳର କର୍ମୀମାନଙ୍କୁ ଗିରଫ କରିବା ପାଇଁ ସରକାର ପୋଲିସ ପ୍ରଶାସନକୁ ଲଗାଇଛନ୍ତି ।”
ଗତ କିଛି ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବାରମ୍ୱାର ଗଣଦୁଷ୍କର୍ମ ଘଟଣା ସହିତ ବାରମ୍ୱାର ହତ୍ୟା, ଲୁଟ ଭଳି ଘଟଣା ବୃଦ୍ଧି ପାଉଥିବାରୁ ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଘଟଣା ପରେ ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲାକୁ ଗ୍ରହଣ କରିବା ସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶଙ୍କ ଦୃଢ଼ କାର୍ୟ୍ୟାନଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।