ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ବଢୁଛି ତିକ୍ତତା । ବିଳିବିଳୋଉଛି ଆତଙ୍କୀସ୍ତାନ। ପାକ୍ ସେନା ମୁଖ୍ୟ ମୁନିର ଓ ବିଲାୱାଲ ଭୁଟ୍ଟୋଙ୍କ ପରେ ଏବେ ଭାରତକୁ ଧମକ ଦେଲେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ । ଯାହା ପରେ ଘନେଇଲା ବଡ଼ ଯୁଦ୍ଧ ଆଶଙ୍କା। ସୀମା ସୁରକ୍ଷା ବଢାଇଲା ଭାରତ। ଜାମ୍ମୁ କାଶ୍ମୀର ସାମ୍ବା ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି। ମୁତୟନ ହେଲେ ଅତିରିକ୍ତ ବିଏସଏଫ୍ ଯବାନ। ଅନ୍ତରାଷ୍ଟ୍ରୀୟ ସୀମାଠାରୁ ୨କିମି ପର୍ୟ୍ୟନ୍ତ କର୍ଫ୍ୟୁ ଜାରି। ଇଣ୍ଟର ନ୍ୟାସନାଲ ବର୍ଡରରେ ଆତଙ୍କୀ ଗତିବିଧି ଉପରେ ରଖାଯାଇଛି କଡ଼ା ନଜର। ସୁରକ୍ଷା ଏଜେନ୍ସିମାନଙ୍କ ସହ କରାଯାଉଛି ଆଲୋଚନା।

ପାକିସ୍ତାନର ବାରମ୍ବାର ଧମକ ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି । ସାମ୍ବା ଜିଲ୍ଲାରେ ଆଇବି ନିକଟରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ କଟକଣା ଜାରି କରାଯାଇଛି । ୨ ମାସ ଯାଏଁ ଏହି ପ୍ରତିବନ୍ଧକ ଜାରି ରହିବ। କର୍ଫ୍ୟୁ ସମୟରେ ସୀମା ନିକଟରେ କାହାକୁ ଯିବା ଆସିବା ନେଇ ଅନୁମତି ନାହିଁ । କେବଳ ଜରୁରୀ ଥିଲେ ମୁତୟନ ଥିବା ଯବାନଙ୍କୁ ପରିଚୟ ପତ୍ର ଦେଖାଇ ଯା’ ଆସ କରିପାରିବେ। କର୍ଫ୍ୟୁ ଉଲ୍ଲଙ୍ଘନ କଲେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ। ସୀମା ପାର୍ ଆତଙ୍କବାଦୀଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ସୀମା ଗଳାବାଟ ପାଲଟିଛି। ଏହି ବାଟ ଦେଇ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରୁଛନ୍ତି। ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ତସ୍କରୀ କରାଯାଉଛି। ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ବାହିନୀକୁ ସହଯୋଗ କରିବାକୁ ସ୍ଥାନୀୟ ଲୋକଙ୍କୁ ଅପିଲ୍ କରାଯାଇଛି। ସୀମାରେ ଶାନ୍ତି ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ କହିଛି ।

ଆଗକୁ ସ୍ବାଧୀନତା ଦିବସ ରହିଥିବାରୁ ଦେଶର ହାଇ-ଆଲର୍ଟ ଜାରି ହୋଇଛି । କୌଣସି ପ୍ରକାର ଆତଙ୍କୀ ଗତିବିଧିକୁ ପଣ୍ଡ କରିବାକୁ ପ୍ରସ୍ତୁତ ସୁରକ୍ଷା ବାହିନୀ । ଅନ୍ୟପଟେ ସୀମାରେ ଆତଙ୍କୀ ଅନୁପ୍ରବେଶ ଉପରେ କଡ଼ା ନଜର ରଖିଛି ସେନା । ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନକୁ ବଢ଼ାଇ ଦିଆଯାଇଛି ।

  • Related Posts

    ହୋଇପାରେ ମୋଦି-ଟ୍ରମ୍ପ ଭେଟଘାଟ

    ନୂଆଦିଲ୍ଲୀ: ଟାରିଫ୍ ୱାର ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସମ୍ଭାବନା ରହିଛି । ଆସନ୍ତା ମାସରେ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ମିଳିତ ଜାତିସଂଘର ଏକ ସଭାରେ ଯୋଗ…

    Continue reading
    ‘ଆଧାର ନୁହେଁ ନାଗରିକତ୍ବର ପ୍ରମାଣପତ୍ର’

    ନୂଆଦିଲ୍ଲୀ : ଭାରତର ନାଗରିକତ୍ବ ଦାବି କରିବା ଲାଗି ଆଧାର କାର୍ଡ ଏକମାତ୍ର ବୈଧ ପ୍ରମାଣ ପତ୍ର ନୁହେଁ; ତେଣୁ ଜଣଙ୍କର ବୈଧ ନାଗରିକତ୍ବର ପ୍ରମାଣ ପାଇଁ ଉପଯୁକ୍ତ ଯାଞ୍ଚ କରାଯିବା ଜରୁରୀ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ମତବ୍ୟକ୍ତ କରିଛନ୍ତି। ବିହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା