
ବୋଲଗଡ଼: ଘର ଭିତରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଗୁରୁତର ଅଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁରେ ଆଜି ଅପରାହ୍ଣରେ ଏହି ଅଘଟଣ ଘଟିଛି। ମୃତ ମହିଳାଙ୍କର ନାମ ବେଗମ୍ ଓରପ ଲିଲି (୨୭)।
ସୂଚନା ଅନୁସାରେ ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଅଧୀନ ଇଚ୍ଛାପୁର ଗାଁରେ ଥିବା ଏକ ଘରେ ଅଚାନକ ବିସ୍ଫୋରଣ ଘଟିଥିଲା। ବସ୍ଫୋରଣର ବିକଟାଳ ଶଦ୍ଦ ଶୁଣି ଆଖପାଖର ଲୋକେ ଭୟଭୀତ ହୋଇଯାଇଥିଲେ। ପଡୋଶୀ ଲୋକେ ବିସ୍ଫୋରଣସ୍ଥଳକୁ ଆସିଥିଲେ। ଏହାରି ଭିତରେ ଜଣେ ବେଗମ୍ ଓ ଶିଶୁ ଗୁରୁତର ହୋଇଥିଲେ। ଘଟଣା ସଂପର୍କରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳା ଓ ଶିଶୁଙ୍କୁ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।