
ବେଜିଂ: ଭୂକମ୍ପରେ ଥରିଲା ଚାଇନା । ସକାଳେ ସକାଳେ ଚାଇନାକୁ ଲାଗିଲା ଭୂକମ୍ପର ଝଟକା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ । ସକାଳ ୬ଟା ୨୯ ଭୂକମ୍ପ ଅନୁଭୂତ ସୂଚନା । ପଶ୍ଚିମ ଚାଇନାରେ ଲାଗିଛି ଏହି ଭୂକମ୍ପର ଝଟକା ।
ତେବେ ଗତକାଲି ତୁର୍କୀରେ ମଧ୍ୟ ମଧ୍ୟମ ଧରଣର ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ମାପ କରାଯାଇଛି। ଗୁରୁବାର ଅପରାହ୍ନ ପ୍ରାୟ ୩.୪୬ ସମୟରେ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। କୁଲୁରୁ ଉତ୍ତର-ପୂର୍ବରେ ୧୪ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଥିଲେ ।