ଜୁଲାଇ 17ରେ ଓଡିଶା ବନ୍ଦ

ଭୁବନେଶ୍ବର: ୧୭ରେ ଓଡିଶା ବନ୍ଦ ଡାକରା ଦେଲା କଂଗ୍ରେସ । ବାମଦଳ ସମେତ 7ଟି ରାଜନୈତିକ ଦଳର ଓଡିଶା ବନ୍ଦ ଡାକରା। ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାକୁ ବିରୋଧ କରି ବନ୍ଦ ଡାକରା ଦେଲା କଂଗ୍ରେସ । ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ କରିବ କଂଗ୍ରେସ । ଗାଡି ମୋଟର ଚଳାଚଳ ବି ବନ୍ଦ ରହିବ । କଂଗ୍ରେସ ବନ୍ଦକୁ ସମର୍ଥନ ଦେବେ 8 ଟି ରାଜନୈତିକ ଦଳ। ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଓଡିଶା ବନ୍ଦ ଡାକରାରେ କଂଗ୍ରେସ, CPIM, CPI, ସମାଜବାଦୀ ପାର୍ଟି, ଅଲ ଇଣ୍ଡିଆ farward ବ୍ଲକ, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରବାଦୀ କମୁନିଷ୍ଟ ପାର୍ଟି ସାମିଲ ହେବେ ।ବାଲେଶ୍ୱର ଫକୀର ମୋହନ କଲେଜରେ ଛାତ୍ରୀଙ୍କ ମୃତ୍ୟୁ ପରେ ମିଳିତ ରାଜନୈତିକ ଦଳର ବୈଠକ ଆୟୋଜନ ହୋଇଛି । ଆଜି ସବୁ ସହରରେ ମହମବତୀ ଶୋଭାଯାତ୍ରା କରି ଅମର ଆତ୍ମାର ସଦଗତି କାମନା କରିବେ। ବୈଠକରେ ବାମପନ୍ଥୀ ଦଳ ନେତା ଓ ଏନସିପି ସାମିଲ ହୋଇଛନ୍ତି। 8ଟି ଦଳ ଏକାଠି ହୋଇଛନ୍ତି।

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ‘‘ଶେଷରେ ନିଜ ଦଳ ଏବିଭିପି ଝିଅ ବି ବାଦ୍‌ ପଡିଲାନି । ସେ ଝିଅ ପେଟ୍ରୋଲ ଆଣିଲା କେମିତି ସମସ୍ତେ ଦେଖୁଥିଲେ କିନ୍ତୁ କେହି ପ୍ରତିବାଦ କଲେନି । ବିଜେପି ଶାସନକୁ ଆସିବା ପରେ କାହାରି କଥା ଶୁଣିଲେନି। ନୈତିକତା ଦୃଷ୍ଟିରୁ ଶାସନରୁ ଓହରିଯିବା ଦରକାର। ଯାହାକୁ ଘୋର ବିରୋଧ କରିବୁ। ତାଙ୍କ ଦଳ ଏବିଭିପିର ଝିଅକୁ ହତ୍ୟା କରିଛନ୍ତି। ଯାହାର ପ୍ରତିବାଦରେ ଆସନ୍ତା 17 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛୁ ’’।

ବନ୍ଦକୁ ସଫଳ କରିବାକୁ ଓଡିଶାବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି। ବିଚାର ବିଭାଗୀୟ ନ୍ୟାୟିକ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ସେହିପରି ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ପିସିସି ସଭାପତି। ଏହାସହ ଆଜି କଲେଜ ବନ୍ଦ କରିବା ସହ ସନ୍ଧ୍ୟା ସମୟରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବାକୁ ଅନୁରୋଧ କରିଛି କଂଗ୍ରେସ ।

  • Garvita Odia

    Related Posts

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ଭୁବନେଶ୍ବର: କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍। ଆସନ୍ତାକାଲି କଂଗ୍ରେସ ପକ୍ଷରୁ ଡକା ଯାଇଥିବା ଓଡିଶା ବନ୍ଦ ପାଇଁ ପର୍ଯ୍ୟାପ୍ତ ପୁଲିସ ବ୍ୟବସ୍ଥା ହୋଇଛି। ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହେବେ ପୁଲିସ। ଖିଲାପକାରୀଙ୍କ ଉପରେ…

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ବର ସହିତ ନେଉଛନ୍ତି। ପୀଡ଼ିତାଙ୍କ ପରିବାର ପ୍ରତି ସରକାର ଠିଆ ହୋଇଛନ୍ତି। ଏଥି ପାଇଁ ପୀଡ଼ିତାଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ