ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ବୁଧବାର ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି। ବୁଧବାର ସକାଳେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ଦେଇଥିଲେ। ଏହା ପରେ ସନ୍ଧ୍ୟାରେ ସେ ଜେଲରୁ ମୁକୁଳିଥିଲେ।
ଜଗନ୍ନାଥ ପ୍ରଧାନଙ୍କୁ ପାଛୋଟି ନେବାକୁ ଝାରପଡ଼ା ଜେଲ୍ ସମ୍ମୁଖରେ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କର ପ୍ରବଳ ଭିଡ଼ ଜମି ଥିଲା। ସେ ଜେଲ୍‌ରୁ ବାହାରିବା ପରେ ସେମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ବାଣ ଫୁଟାଇ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଭୁବନେଶ୍ୱରର ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ।
ଜେଲ୍‌ରୁ ବାହାରିବା ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଥିଲେ, ବିରୋଧୀ ଷଡ଼ଯନ୍ତ୍ର ରଚିଥିଲା। ଆଉ ଓଏଏସ୍ ସଂଘ ଏହାର ଶିକାର ହୋଇଥିଲା। ଓଏଏସ୍‌ ଅଫିସରମାନେ ବିରୋଧୀଙ୍କ ଚକ୍ରାନ୍ତର ଶିକାର ହେଲେ। ଏହି ଘଟଣାରେ ମୋର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପୃକ୍ତି ନାହିଁ। କେହି ମୋହନ ସରକାରଙ୍କ ଜନମଙ୍ଗଳ କାର୍ୟ୍ୟକ୍ରମକୁ ବନ୍ଦ କରିପାରିବେନି। ଦଳ ସରକାରଙ୍କ ସହ ସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇଛି। ଜେଲରୁ ବାହାରିବା ପରେ ଶୋଭାଯାତ୍ରାରେ ବିଜେପି କାର୍ୟ୍ୟାଳୟକୁ ଯାଇଥିଲେ ଜଗନ୍ନାଥ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ।
ଗତ ୩ ତାରିଖ ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେସନ୍ସ କୋର୍ଟରେ ତାଙ୍କୁ ଜାମିନ ନମିଳି ନଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

  • Related Posts

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ: ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ତିନି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ କଟକ ସ୍ଥିତ ଡିଜି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ରାଜ୍ୟ ସଭାପତି ଭକ୍ତ ଦାସଙ୍କ ନେତୃତ୍ଵରେ ଏହି ପ୍ରତିବାଦ ସଭା କରାଯାଇଛି। ଏଥିରେ…

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବନି ବୋଲି ପୂର୍ବତନ ସାଂସଦ ମହେଶ ସାହୁ କହିଛନ୍ତି। ସେ କହିଛନ୍ତି, ଦଳ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ କଦାପି ସମର୍ଥନ କରିବ ନାହିଁ। ଏନଡିଏଯାହାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବ,…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବିଧାନସଭାର ନୂତନ େୱବ୍‌ସାଇଟ୍‌ ଉନ୍ମୋଚିତ

    ସ୍ୱାୟତ୍ତ ଦିବସ ପାଳନରୁ ସବୁଜ ୱାର୍ଡ ଅଭିଯାନର ହେବ ଶୁଭାରମ୍ଭ

    ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ତ୍ଵରିତ ପଦକ୍ଷେପ : ଦିନକରେ ଦିଆଗଲା ଦିବ୍ୟାଙ୍ଗ ପ୍ରମାଣପତ୍ର

    ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜ୍ୟସ୍ତରୀୟ କର୍ମଶାଳା ଏବଂ ବିକାଶ କାର୍ଯ୍ୟକ୍ରମ

    ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

    State-level workshop on Mental Health held in Bhubaneswar