ଦୁର୍ଘଟଣା: ଦୁଇ ଭାଣିଜୀଙ୍କ ସମେତ ମାମୁଁ ମୃତ

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଆଜି ଅପରାହ୍‌ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଧକ୍କାରେ ମାମୁଁ ଓ ତାଙ୍କର ୨ ଜଣ ଭାଣିଜୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଦୁଇ ଭାଣିଜୀଙ୍କୁ ନେଇ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଏକ ବୁଲେଟରେ ଯାଉଥିଲେ। ଦିଗପହଣ୍ଡି ଏନ୍‌ଏସି ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୁଲେଟ୍‌ରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ୟାଙ୍କରଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

  • Garvita Odia

    Related Posts

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଭୁବନେଶ୍ବର: ଆସନ୍ତା ୩ ଦିନ ଯାଏଁ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବର୍ତ୍ତି ଅଞ୍ଚଳ । ଆସନ୍ତା ୨୪ଘଣ୍ଟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର , ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଅଧିକ ଗୁଳୁଗୁଳି ଅନୁଭୁତ…

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ପାରାଦୀପ : ଇଦ୍ ପାଳିବା ପାଇଁ ଆସିଥିଲେ ପାରାଦୀପ । ୭ ଜଣ ସାଙ୍ଗ ସମୁଦ୍ରର ଲହଡିରେ ମଜାମସ୍ତି କରୁଥିଲେ । ହଠାତ୍ ଆସିଲା ଏକ ବଡ଼ ଲହଡ଼ି ଏବଂ ଜଣେ ଛାତ୍ରକୁ ଟାଣିନେଲା । ନିଜ ଆଖି ସାମ୍ନାରେ ସାଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ୭ ମାଓବାଦୀ ନିହତ

    ୭ ମାଓବାଦୀ ନିହତ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଡାକ୍ତରଖାନାରେ ଭର୍ତ୍ତି ସୋନିଆ ଗାନ୍ଧୀ

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ବର୍ଷା

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ସମୁଦ୍ରରେ ଭାସିଯାଇ ଛାତ୍ର ନିଖୋଜ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ୮୦ ହଜାର ଟଙ୍କା ଖାଇଗଲେ ହାତୀ

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

    ବନ୍ଦ ଘରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର