ନବୀନଙ୍କ ସହ ଫୋନ୍‌ରେ କଥା ହେଲେ ମୋହନ

ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ୨୨ ତାରିଖରେ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ନବୀନଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇଠାରେ ତାଙ୍କର ଚିକିତ୍ସା ବ୍ୟବସ୍ଥାର ସମସ୍ତ କାର୍ୟ୍ୟ ତଦାରଖ କରିବେ। ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହା ପୋଷ୍ଟକରି ସୂଚନା ଦେଇଛନ୍ତି। ସେ ସେଥିରେ ଆହୁରି ଉଲ୍ଲେଖ କରିଛନ୍ତି, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସର୍ଭିକାଲ ଅଥେର୍‌ରାଟିସ୍‌ ଚିକିତ୍ସା ଲାଗି ସେ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବେ। ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ଭଉଣୀଭାଇଙ୍କ ସଦିଚ୍ଛା ତାଙ୍କ ସାଙ୍ଗରେ ରହିଛି। ତୁରନ୍ତ ଭଲ ହୋଇ ସେ ତାଙ୍କ ସେବା କାର୍ୟ୍ୟ ଜାରି ରଖିବେ ବୋଲି କହିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତାବ୍ୟକ୍ତ କରିଛନ୍ତି। ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଏବଂ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ବାସ୍ଥ୍ୟ ଲାଭକରନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ସେ ତାଙ୍କ ଏକ୍ସରେ ଉଲ୍ଲେଖ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହେବା ସହ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନନୀୟ ବିରୋଧୀ ଦଳର ନେତାଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେଲି । ଆସନ୍ତା ୨୨ ତାରିଖରେ ସେ ମୁମ୍ବାଇରେ ଚିକିତ୍ସିତ ହେବେ । ତାଙ୍କର ଚିକିତ୍ସା ପ୍ରକ୍ରିୟା ସଫଳ ହେବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ ବୋଲି ପ୍ରାର୍ଥନା କରୁଛି।

  • Garvita Odia

    Related Posts

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ସେମାନେ ଏବେ ସରକାରରେ ଅଛନ୍ତି । ତେଣୁ ମୋଦି ଆସି ତାଙ୍କ ସରକାର…

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ୱର : ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଗୁରୁବାର ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି…

    Leave a Reply

    Your email address will not be published. Required fields are marked *

    You Missed

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ମୋଦି ଆସି ତାଙ୍କ ସରକାର କଥା କହିବେ, ନୂଆ କଥା କିଛି ନାହିଁ:ଦେବୀ ମିଶ୍ର

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ରାଜ୍ୟକୁ ୧୯ ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ନବୀନ ଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ: ଦେବୀ ମିଶ୍ର

    ଓଡିଶା ଆସିବେ ରାହୁଲ ଗାନ୍ଧୀ

    ଓଡିଶା ଆସିବେ ରାହୁଲ ଗାନ୍ଧୀ