
ଭୁବନେଶ୍ୱର: ଶୁକ୍ରବାର ଚିକିତ୍ସା ପାଇଁ ମୁମ୍ବାଇ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭିକାଲ୍ ଆଥ୍ରାଇଟିସ୍ ସମସ୍ୟାରେ ପୀଡ଼ିତ ହୋଇଛନ୍ତି ନବୀନ । ୨୨ ତାରିଖରେ ତାଙ୍କର ଚିକିତ୍ସା ମୁମ୍ବାଇସ୍ଥିତ କୋକିଲାବେନ-ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ।
ନବୀନ ନିଜେ ‘ଏକ୍ସ’ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ପୋଷ୍ଟରେ ନବୀନ କହିଛନ୍ତି, “ମେଡିକାଲ ବିଶେଷଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ମୁଁ ସର୍ଭିକାଲ୍ ଆଥ୍ରାଇଟିସ୍ ଚିକିତ୍ସା ପ୍ରକ୍ରିୟାରେ ରହିବି ।
ସେପଟେ ନବୀନଙ୍କ ଚିକିତ୍ସା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି, କାଲି ଦିନ ୧୦ଟାରେ ମୁମ୍ବାଇ ପାଇଁ ବାହାରିବେ ନବୀନ ପଟ୍ଟନାୟକ । ଦଳମତ ନିର୍ବିଶେଷରେ ତାଙ୍କ ପ୍ରତି ସମ୍ମାନ ରହିଛି । ଦେଶର ଅନେକ ରାଜନୈତିକ ଦଳ ତାଙ୍କୁ ସମ୍ମାନ କରନ୍ତି । ନେତାମାନେ ତାଙ୍କ ସହ ବିମାନ ବନ୍ଦର ଯାଇପାରନ୍ତି । ଡାକ୍ତର ରମାକାନ୍ତ ପଣ୍ଡା କୋଅର୍ଡିନେଟ କରୁଛନ୍ତି ମୁମ୍ବାଇରେ । ଶ୍ରୀଜଗନ୍ନାଥଙ୍କ କରୁଣା ତାଙ୍କ ପ୍ରତି ଅଛି ବୋଲି ସେ କହିଛନ୍ତି ।
ଆହୁରି ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବିଜେଡି କାର୍ୟ୍ୟକ୍ରମ ହୁଏ । ସରକାରୀ ଦଳ ବା ବିରୋଧୀ ଭାବେ ଜମତ ପ୍ରତିଫଳିତ କରାଯାଉଛି । ରାଜ୍ୟସଭାରେ ସ୍ୱର, ଆନ୍ଦୋଳନ, ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା ପରି ଅଭିଯୋଗ ନେଇ ଆନ୍ଦୋଳନ ଧାରଣା ହେଉଛି । ୪.୪୦ କୋଟିରୁ ଅଧିକ ଚାଷୀ ଟଙ୍କା ଯେଉଁ ରାଇଘରରେ ଆନ୍ଦୋଳନ ହୋଇଥିଲା । ସରକାର ବାଧ୍ୟ ହୋଇଥିଲେ ଚାଷୀଙ୍କୁ ଟଙ୍କା ଦେବାକୁ । ସେମିତି ଆଗକୁ ବି ଜାରି ରହିବ ଆନ୍ଦୋଳନ ।