ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

ଭୁବନେଶ୍ୱ: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି। ବଦ୍ରି ପାତ୍ରଙ୍କ ପରେ ଆଜି ଅର୍ଥାତ୍‌ ଗୁରୁବାର ବରିଷ୍ଠ ନେତା ଅଶୋକ ପଣ୍ଡା ତେର୍ଚ୍ଛା ବାଣ ମାରିଛନ୍ତି। ଆଇ ଆମ୍‌ ଡାଉନ ବଟ୍‌ ନଟ ଆଉଟ୍‌ ଏହି କଥାକୁ ନେଇ ଚାଲିଥିବା ଚର୍ଚ୍ଚାରେ ସେ କହିଛନ୍ତି, ମୁଁ ଛି କହିପାରିବିନି; ଯିଏ କହିଛନ୍ତି, ଯାହାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ହିଁ କହିପାରିବେ। ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ।
୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ ହେବାର ପ୍ରଶ୍ନ ଉଠୁ ନାହିଁ। ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି। ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଭାଇ ଲକ୍ଷ୍ମଣ। ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅଶୋକ ପଣ୍ଡା। ସେ କହିଛନ୍ତି ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ।

  • Related Posts

    ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି: ବଦ୍ରି ପାତ୍ର

    ଭୁବନେଶ୍ବର: ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି। ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି…

    Continue reading
    ଯେଉଁ ପଦ ଦିଆଯାଇଛି ଏହା ଅଳଙ୍କାର ନୁହେଁ, ଏହା ଦାୟିତ୍ୱ, ଆହ୍ୱାନ : ଚିନ୍ମୟ

    ଭୁବନେଶ୍ବର: ବିଜୁ ଯୁବ ଜନତା ଦଳ ସଭାପତି ଦାୟିତ୍ୱ ପାଇବା ପରେ ଦଳୀୟ ନେତାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଚିନ୍ମୟ ସାହୁ । ଏହାସହ ଦଳକୁ ଆହୁରି ସୁଦୃଢ କରିବାକୁ ଆଲୋଚନା କରିଛନ୍ତି । ଏହାପରେ ପ୍ରତିକ୍ରିୟା ରଖି ଚିନ୍ମୟ ସାହୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା