
ଭୁବନେଶ୍ୱର:ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଥିବା ସୂଚନା ମିଳିଛି । ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଥିବା କୁହାଯାଉଛି । ତେବେ ଝାରସୁଗୁଡା, ଭୁବନେଶ୍ୱର, ସମ୍ବଲପୁରରେ ସ୍ଥିତ ଘରେ ଚଢାଉ ହେଉଛି । ଗତ କିଛି ମାସ ତଳେ ନବ ଦାସଙ୍କ ଭାଇଙ୍କ ଘରେ ଓ ଅଫିସରେ ଆଇଟି ରେଡ ହୋଇଥିଲା । ଓଡ଼ିଶା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ନବ ଦାସ । ପ୍ରଭାବଶାଳୀ ନେତା ଭବେ ପଶ୍ଚିମଓଡ଼ିଶାରେ ସେ ବେଶ ଜଣାଶୁଣା ଥିଲେ । ନବ ଦାସଙ୍କ ଦେହାନ୍ତ ପରେ ଦୀପାଳୀ ଦାସ ତାଙ୍କ ସ୍ଥାନ ନେଇଥିଲେ ।