ନାବାଳିକାକୁ ତିନି ଦିନ ଧରି ଗଣଦୁଷ୍କର୍ମ

ପୁରୀ: ପୁରୀରେ ଲଜ୍ଜା। ଜଣେ ୧୪ ବର୍ଷର ନାବାଳିକାକୁ ୩ ଦିନ ଧରି ଏକ ହୋଟେଲରେ ରଖି ଗଣଦୁଷ୍କର୍ମ କରିଛନ୍ତି ୩ ଯୁବକ। ଶୁକ୍ରବାର ସମୁଦ୍ରକୂଳ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଲିନୋଳିଆ ଉପରସାହିର ଲେଙ୍କା ସୁନୀଲ ବେହେରା, ଗୌଡ଼ବାଡ଼ ସାହିର ଏଲ୍‌. ରାଜା ବେହେରା ଏବଂ ବି. ଗୌରାଙ୍ଗ ବେହେରା। ଶନିବାର ଅଭିଯୁକ୍ତମାନଙ୍କ ଡାକ୍ତରୀପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ମାନସ ଚକ୍ର କହିଛନ୍ତି।

ସୂଚନାନୁଯାୟୀ, ଗତ ୭ ତାରିଖ ଅପରାହ୍ଣରେ ନାବାଳିକା ପୁରୀ ହୋଟେଲ ନିକଟରେ ବୁଲୁଥିଲେ। ଏହି ସମୟରେ ତାକୁ ଜଳଖିଆ ଖାଇବାକୁ ଡାକି ଅଭିଯୁକ୍ତ ଲେଙ୍କା ସୁନୀଲ ବଳିଆପଣ୍ଡାସ୍ଥିତ ଏକ ହୋଟେଲକୁ ନେଇ ଯାଇଥିଲା। ସେଠାରେ ସେ ତା’ ଦୁଇ ସାଙ୍ଗ ଏଲ୍‌. ରାଜା, ବି. ଗୌରାଙ୍ଗ ନାବାଳିକାକୁ ୩ ଦିନ ରଖି ଗଣଦୁଷ୍କର୍ମ କରିଥିଲେ। ୯ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ଲେଙ୍କା ସୁନୀଲ ନାବାଳିକାକୁ ଗାନ୍ଧୀ ପାର୍କ ନିକଟରେ ଛାଡ଼ି ଦେଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ପୁଲିସ୍‌ ତଦନ୍ତ କରି ଶୁକ୍ରବାର ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ଜେରା ସମୟରେ, ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଏଥିସହ ପୁଲିସ ନାବାଳିକାର ଡାକ୍ତରୀମାଇନା କରାଇଛି। ଏନେଇ ଥାନାରେ ନମ୍ବର ୧୪୯/୨୫‌ରେ ଏକ ମାମଲା ରୁଜୁ ହୋଇଛି।

  • Garvita Odia

    Related Posts

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    କୋରାପୁଟ : ପଡୁଆ ଥାନା ଅନ୍ତର୍ଗତ ଜଲାପୁଟ ଜଳ ଭଣ୍ଡାରକୁ ଡେଇଁ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା । ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କ ମୃତଦେହ ଜଳଭଣ୍ଡାରରୁ ଉଦ୍ଧାର କରିଛି। ନନ୍ଦପୁର ବ୍ଲକ ର ଅତଣ୍ଡା ଗ୍ରାମ ପଞ୍ଚାୟତର ଯୁକ୍ତ ଦୁଇ…

    ସ୍ୱାମୀଙ୍କ ଗୋଇଠା ମାଡ଼ରେ ଅନ୍ତସତ୍ତ୍ୱା ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

    ଭଦ୍ରକ: ଭଦ୍ରକ ଜିଲା ତିହିଡି଼ ଥାନା ଅଧୀନ ତାଳପଦା ଗ୍ରାମରେ ଶନିବାର ରାତିରେ ମୋନାଲିସା ଜେନା (୨୬)ନାମ୍ନୀ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତିହିଡି଼ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା (ନଂ ୨୧୧/୨୫)ରୁଜୁ କରି…

    Leave a Reply

    Your email address will not be published. Required fields are marked *

    You Missed

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆହତ

    ନଦୀରେ ବୁଡି ୨ ମୃତ

    ନଦୀରେ ବୁଡି ୨  ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ଭୁଶୁଡ଼ିଲା ବ୍ରିଜ; ୨ ମୃତ

    ବିମାନ ଦୁର୍ଘଟଣା: ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ବିମାନ ଦୁର୍ଘଟଣା:  ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ସମ ହସ୍ପିଟାଲରେ ଟ୍ରାନ୍ସରେକ୍ଟାଲ୍ ଟ୍ରାନ୍ସଭଜାଇନାଲ୍ ପେଲ୍‌ଭିକ୍ ଫ୍ଲୋର ପୁନର୍ବାସ ସମ୍ପର୍କିତ କର୍ମଶାଳା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

    ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା