ନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଛାତ୍ର କଂଗ୍ରେସ ତରଫରୁ ସାମାଜିକ ନ୍ୟାୟ ଆଧାରିତ ଚଳଚିତ୍ର “ଫୁଲେ” ପ୍ରଦର୍ଶିତ କରାଯାଇଛି । କଟକର ବୃନ୍ଦାବନ ହଲରେ ପ୍ରାୟ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି ଚଳଚିତ୍ରକୁ ଦେଖିଥିଲେ ।

ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଲୋକସଭା ବିରୋଧି ଦଳର ନେତା ଜନନାୟକ ରାହୁଲ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଯେପରି ଅତୀତରେ ଜ୍ୟୋତିଭା ଫୁଲେ ଓ ସାବିତ୍ରୀବାଇ ଫୁଲେ ସାମାଜିକ କୁସଂସ୍କାର, ଅଶିକ୍ଷା ଓ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ବର୍ତ୍ତମାନ ସାରା ଦେଶରେ ଜାତିଗତ ଜନଗଣନା ପାଇଁ ଓ ନାରୀ ନ୍ୟାୟ ପାଇଁ ରାହୁଲ ଗାନ୍ଧୀ ଲଢ଼େଇ ଜାରି ରଖିଛନ୍ତି । “ଫୁଲେ” ଚଳଚିତ୍ର ଦେଖି ସାରିବା ପରେ ଛାତ୍ରମାନେ ଏକା ସ୍ୱରରେ କହିଥିଲେ ମୁଁ ବି ରାହୁଲ ଗାନ୍ଧୀ, ମୁଁ ବି ଆଣିପାରେ ସମାଜର ପରିବର୍ତ୍ତନ । ଏହି କାର୍ୟ୍ୟକ୍ରମରେ ଯୁବଛାତ୍ରଙ୍କ ଆଦର୍ଶ ମାନସ ଚୌଧୁରୀ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ବିପ୍ଲବ ଶୀଳାଦିତ୍ୟ, ମହମ୍ମଦ ଇମ୍‌ଦାଦ୍ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

  • Garvita Odia

    Related Posts

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଛାତ୍ର କଂଗ୍ରେସ ନେତା ଅଟକ

    ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ହେଲେ ମୋଦିଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ଯୁବଛାତ୍ର ନେତାଙ୍କୁ ପୋଲିସ ଉଠାଇ ନେଇଛି। ସୟଦ ୟାସିର୍‌ ନୱାଜଙ୍କ ସମେତ ୬ଜଣ କଂଗ୍ରେସ ନେତା ଅଟକ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ଭୁବନେଶ୍ୱର: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ଦୈନିକ ଖବରକାଗଜ ସମାଜର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ନିରଞ୍ଜନ ରଥଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଲୋକସେବକ ମଣ୍ଡଳର ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ଉଲ୍ଲେଖନୀୟ କାର୍ୟ୍ୟ କରି…

    Leave a Reply

    Your email address will not be published. Required fields are marked *

    You Missed

    ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

    ଆଜିଠୁ ବୌଦ୍ଧରୁ ଗଡ଼ିବ ରେଳ

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଛାତ୍ର କଂଗ୍ରେସ ନେତା ଅଟକ

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ  ଛାତ୍ର କଂଗ୍ରେସ ନେତା ଅଟକ

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ନିରଞ୍ଜନ ରଥଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

    ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତୁ

    ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣନ୍ତୁ

    ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ

    ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ

    ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର

    ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର