ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି (ଶୁକ୍ରବାର) ନୂଆ ଦଳ ଘୋଷଣା କରିପାରନ୍ତି। ସେ ସନ୍ଧ୍ୟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି ସମ୍ମିଳନୀରେ ନୂତନ ଦଳ/ସଂଗଠନ ବିଷୟରେ ସୂଚନା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ଦିନ ପୂର୍ବରୁ ତାଙ୍କ ବାପା ତାଙ୍କୁ ଆରଜେଡିରୁ ଛଅ ବର୍ଷ ପାଇଁ ବହିଷ୍କାର କରିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରାଯାଇଥିଲା ।

ଚଳିତ ବର୍ଷ (୨୦୨୫) ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଜ ପ୍ରତାପ ଯାଦବ ବର୍ତ୍ତମାନ ହସନପୁରର ବିଧାୟକ। ସେ ୨୦୧୫ ରୁ ୨୦୨୦ ପର୍ୟ୍ୟନ୍ତ ମହୁଆର ବିଧାୟକ ଥିଲେ । ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଥିବାରୁ ସେ ନିଜ ପାଇଁବିକଳ୍ପ ଚିନ୍ତା କରୁଛନ୍ତି । ସେ ବିହାର ବିଧାନସଭା ନିର୍ବାଚନରେ ନିଜର ଶକ୍ତି ଦେଖାଇବା ଲାଗି ନୂଆ ଦଳର ଘୋଷଣା କରିପାରନ୍ତି ।

ଏହି ପୂରା ମାମଲା ଅନୁଷ୍କା ଯାଦବଙ୍କ ସହ ଜଡିତ। ଗୋଟିଏ ପଟେ ତେଜ ପ୍ରତାପ ଯାଦବଙ୍କ ଐଶ୍ୱର୍ୟ୍ୟା ରାୟଙ୍କ ସହ ଛାଡପତ୍ର ମାମଲା ପୂର୍ବରୁ ଚାଲିଛି । ଅନ୍ୟପଟେ ସେ ନିଜେ କିଛି ଦିନ ପୂର୍ବରୁ ଏହା ସାର୍ବଜନୀନ କରିଥିଲେ ଯେ, ସେ ଅନୁଷ୍କାଙ୍କ ସହ ସମ୍ପର୍କରେ ଅଛନ୍ତି। ଏହା ପରେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବ ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଥିଲେ। ସେ ତାଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରିଥିଲେ।

ନୂଆ ଦଳ ନେଇ ଖବର ଆସିବା ପରେ, ଆଉ ଏକ ଆଲୋଚନା ଆରମ୍ଭ ହୋଇଛି । ଅନୁଷ୍କା ଯାଦବ ମଧ୍ୟ ତେଜ ପ୍ରତାପଙ୍କ ଦଳରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଯଦିଓ ଏବେ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ, କିନ୍ତୁ ରାଜନୀତିରେ ସବୁକିଛି ସମ୍ଭବ ।

  • Garvita Odia

    Related Posts

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିବାକୁ ବିରୋଧୀ କରିଥିବା ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ଏହି ମେଣ୍ଟରୁ ଓହରି ଯାଇଥିବା ଆଜି ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସ୍ପଷ୍ଟ…

    ବେଙ୍ଗାଲୁରୁର ୪୦ ସ୍କୁଲକୁ ବୋମା ଧମକ

    ନୂଆଦିଲ୍ଲୀ: ବେଙ୍ଗାଲୁରୁର ୪୦ ସ୍କୁଲ୍‌କୁ ବୋମା ଧମକ। ଖବର ପାଇବା ପରେ ବେଙ୍ଗାଲୁରୁ ପ୍ରଶାସନ ସତର୍କ ହେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ବେଙ୍ଗାଲୁରୁ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବେଙ୍ଗାଲୁରୁ ସହରର ୪୦ଟି ଘରୋଇ ସ୍କୁଲ୍‌କୁ ଶୁକ୍ରବାର ଇମେଲ୍‌…

    Leave a Reply

    Your email address will not be published. Required fields are marked *

    You Missed

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ୨୧ରୁ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ଘଣ୍ଟାଏରେ ରେଭେନ୍ସା ନିଷ୍ପତ୍ତି ପ୍ରତ୍ୟାହାର

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ଚିଠି

    ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ  ଚିଠି

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ସୌମ୍ୟାଶ୍ରୀଙ୍କ ଏକଦଶାହକୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିବୁ : ଭକ୍ତ

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌

    ଇଣ୍ଡିଆ ମେଣ୍ଟରୁ ଓହରିଲା ଆପ୍‌