ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

ବାଲେଶ୍ୱର: ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା । ଗିରଫ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ, ଶୁଭ୍ରସମ୍ବିତ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ ଘଟଣାରେ ଏବେ ଅନ୍ୟମାନଙ୍କ ଉପରେ କ୍ରାଇମବ୍ରାଞ୍ଚର ଆଖି ପଡ଼ିଛି । ଏଭଳି ପରିସ୍ଥିତିରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ଭିଡିଓ ଅନ୍ୟମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଭିଡିଓ ଆଧାରରେ କାଳେ କାହାର ପାଳି ପଡ଼ିବ ସେନେଇ ଅନ୍ୟମାନଙ୍କ ଛାତି ଧଡ଼ଧଡ଼ ହୋଇଛି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ପୂର୍ବରୁ ଜ୍ୟୋତିପ୍ରକାଶ ଗଣମାଧ୍ୟମକୁ ଯାହା ସବୁ ତଥ୍ୟ ଦେଇଥିଲେ ସେଥିରେ ଅନେକ କିଛି ଭୁଲ ଥିଲା । ବାସ୍ତବ ଚିତ୍ର କିଛି ଭିନ୍ନ ଥିଲା । ଘଟଣା ଘଟିବା ପୂର୍ବରୁ ସୌମ୍ୟାଶ୍ରୀଙ୍କୁ ୨ଜଣ ଛାତ୍ର ନେତା ପେଟ୍ରୋଲ ଆଣିବାକୁ ବାଧ୍ୟ କରିଥିଲେ । ଏମିତିକି ନିଜ ଦେହରେ ପେଟ୍ରୋଲ ଢାଳି ପୋଡ଼ିବାର ଅଭିନୟ ନ କଲେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ଦୂରେଇ ନେବେ ବୋଲି ଧମକ ମଧ୍ୟ ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଜ୍ୟୋତିପ୍ରକାଶଙ୍କ ମୋବାଇଲ୍‌ ଫୋନ୍‌ ନିଜ ଅକ୍ତିଆରକୁ ନେବା ପରେ ଏହି ଘଟଣା ବାବଦରେ ଅନେକ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଭିଡିଓ ଅନେକ ଗୁମର ଖୋଲିବା ନେଇ ଏକପ୍ରକାର ନିଶ୍ଚିତ ହୋଇପଡିଛି । ଏଭଳି ସମୟରେ ଆଉ ଏକ ଘଟଣା ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଆତ୍ମାହୁତି ପୂର୍ବରୁ ସୌମ୍ୟାଶ୍ରୀ କିଛି ଲୋକଙ୍କୁ କଲ୍‌ କରିଥିବା ଜଣାପଡ଼ିଛି । ସେହି ଲୋକମାନେ କିଏ ଥିଲେ ତାହା ଏବେ ବଡ଼ ପ୍ରଶ୍ନ । ସେମାନେ ମଧ୍ୟ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ଅଛନ୍ତି । ଏହି ବ୍ୟକ୍ତିଙ୍କ ମଧ୍ୟରୁ କଲେଜର ଅଧ୍ୟାପକ ବି ଅଛନ୍ତି । ଏହି ଅଧ୍ୟାପକ ପୀଡ଼ିତାଙ୍କୁ କି ପରାମର୍ଶ ଦେଇଥିଲେ? କିମ୍ବା ଏହି ଅଧ୍ୟାପକ କାହାଠାରୁ ପରାମର୍ଶ ନେଇ ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ ତାହାକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି । ଏହାରି ଭିତରେ ମଙ୍ଗଳବାର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଘୋଷଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଶ୍ରୀ ଘୋଷଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଛି ବୋଲି ଦର୍ଶାଇ ତାଙ୍କର ବ୍ୟକ୍ତିଗତ ଆଇନଜୀବୀ ଗୁରୁପ୍ରସାଦ ବେହେରା ଜାମିନ ଆବେଦନ କରିଥିଲେ । ଶ୍ରୀ ଘୋଷଙ୍କୁ କେଉଁ କାରଣରୁ ଗିରଫ କରାଯାଇଥିଲା ତାହା ଲିଖିତ ଭାବେ ଜଣାଇବା କଥା । ମାତ୍ର ତାହା ଜଣାଯାଇ ନ ଥିଲା ବୋଲି ଶ୍ରୀ ବେହେରା ଯୁକ୍ତି ବାଢ଼ିଥିଲେ ।
ମାତ୍ର ତାଙ୍କୁ ଏ ବାବଦରେ ଜଣାଇଥିବା ମାନ୍ୟବର ଏସ୍‌ଡିଜେଏମ କୋର୍ଟ କହିବା ସହ ଜାମିନ ଆବେଦନ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଆଗାମୀ ଦିନରେ ଉପର କୋର୍ଟରେ ଆବେଦନ କରାଯିବ ବୋଲି ଆଇନଜୀବୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସେହିଭଳି ବୁଧବାର ଉଭୟ ଅଧ୍ୟକ୍ଷ ଓ ଏଚ୍‌ଓଡିଙ୍କୁ ଭିଡିଓ କନଫେରେନ୍ସିଂରେ ଅଦାଲତରେ ହାଜର କରାଯିବା ନେଇ ସୂଚନା ମିଳିଛି ।

  • Related Posts

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ…

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ଭଦ୍ରକ: ଥମୁନି ବେଆଇନ୍‌ ଗୋରୁ ଚାଲାଣ । ଭଦ୍ରକରୁ ପୁଣି ଥରେ ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବାଲୁଅ ଛକ ନିକଟରୁ ଏକ ଗାଡ଼ିକୁ ଜବତ କରାଯାଇଛି। ଖବର…

    Leave a Reply

    Your email address will not be published. Required fields are marked *

    You Missed

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ରୁଷରେ ଅଜିତ ଡୋଭାଲ

    ରୁଷରେ ଅଜିତ ଡୋଭାଲ

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ନବ ଦାସ ହତ୍ୟା ମାମଲା:  ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ସାଇବର୍ ଠକେଇ ମାମଲାରେ ଇଡିର ସବୁଠୁ ବଡ଼ ରେଡ୍

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ